ଜାତୀୟ ଆଇନସେବା ପ୍ରାଧିକରଣ ଦ୍ୱାରା ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ।

0 316

ଛତ୍ରପୁର,୧୩/୧୧(ପିପିଟି) : ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ସହ ଯୋଗ କ୍ରମେ ଆୟୋଜିତ ଏହି ଶିବିରରେ ଗଞ୍ଜାମ ଜିଲ୍ଲା ଦୋରା ଜର୍ଜ ତଥା ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରି ଏହାର ସୁଫଳ କିପରି ସାଧାରଣ ନାଗରିକ ତଥା ଅପହଂଚ ଇଲାକାର ପରିବାର ବର୍ଗ ପାଇପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟତମ ଅତିଥି ରୂପେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେସ କୁମାର ରାୟ, ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଯୋଗଦାନ କରି ଉପାନ୍ତ ଅଞ୍ଚଳରେ ରହୁଥିବା ପରିବର ବର୍ଗଙ୍କ ସୁବିଧା ସକାଶେ ଏଭଳି ଶିବିର ମାନଙ୍କର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଶିବିରଟିରେ ୨୦ ଗୋଟି ବିଭାଗ ଭାର ପ୍ରଦାନ କରାଯାଇଥିବା ସେବା ସମ୍ପର୍କରେ ଷ୍ଟଲ ମାନ ଖୋଲାଯାଇ ସେବା ପ୍ରଦାନ କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନେ ମାସିକ ଆୟର ଅଭିବୃଦ୍ଧି ସକାଶେ ଋଣ ପ୍ରଦାନ କରାଯାଇଥିଲା । ବାଲ୍ୟ ବିବାହ ରୋକିବା ଦିଗରେ ଗଞ୍ଜାମ ଜିଲ୍ଲାର ଝିଅ ମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପ ଯୋଗୁଁ ସମ୍ମାନିତ କରାଯାଇଥିଲା । ଝିଅ ଜନ୍ମକୁ ପ୍ରୋତ୍ସାହନ ଦେବା ନିମିତ୍ତ କେତେକ ମାଁ ମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଅଦୃଷ୍ଟି ଶିକ୍ଷିତ ଯୁବତୀ ମାନଙ୍କୁ ବ୍ରେଲୀ ଏବଂ ଶବ୍ଦ ଉଚ୍ଚାରଣ କରୁଥିବା ଲ୍ୟାପଟପ ପ୍ରଦାନ କରାଯାଇଥିଲା । ବ୍ରହ୍ମପୁର ବିଚାର ବିଭାଗୀୟ ରେଜିଷ୍ଟର ଅମରେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.