ଜଳବନ୍ଦୀ ଗମୁ, ମହାକାଳପଡା, ମନ୍ଦାରୀ ଅଞ୍ଚଳକୁ ଡଙ୍ଗାରେ ପରିଦର୍ଶନ କଲେ ଜିଲ୍ଲାପାଳ ।

0 340

ଯାଜପୁର, ତା -୦୨/୦୯(ପିପିଟି) : ବ୍ରାଦ୍ମଣୀ ଓ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଥିବାରୁ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତିରେ ସୁଧାର ଆସିଚ୍ଥି । ଯେଉଁ ଅଞ୍ଚଳ ଗୁଡିକୁ ସଡକ ପଥରେ ଯୋଗାଯୋଗ ସମ୍ଭବ ହୋଇଚ୍ଥି ସେଠାରେ ରିଲିଫ୍ ଓ ପଲିଥିନ ବଣ୍ଟନକୁ ତ୍ୱରାନ୍ୱିତ କରାଯାଇଚ୍ଥି । ଅପର ପକ୍ଷରେ ଜଳବନ୍ଦୀ ଅଞ୍ଚଳରେ ଓଡ୍ରାଫ, ଏନ୍.ଡି.ଆର.ଏଫ. ଓ ଅଗ୍ନିଶମ ବିଭାଗ ଦ୍ୱାରା ରିଲିଫ୍ କାର୍ଯ୍ୟକୁ ପରିଚାଳନା କରାଯାଉଚ୍ଥି ବୋଲି ଜିଲ୍ଳାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ବୁଧବାର ସକାଳ ଜିଲ୍ଳାପାଳ ଶ୍ରୀ ଦାସଙ୍କ ସମେତ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ବରୀ ତହସିଲଦାର ସରୋଜକାନ୍ତ ନାୟକ ପ୍ରମୁଖ ବରୀରେ ପହଞ୍ଚି ପଲିଥିନ, ଚୁଡା ଓ ଗୁଡ ବିଭିନ୍ନ ପଞ୍ଚାୟତର ଗ୍ରାମ ମାନଙ୍କୁ ପ୍ରେରଣ କରିଥିଲେ । ପରେ ଜିଲ୍ଲାପାଳଙ୍କ ସହ ପ୍ରକଳ୍ପ ନିର୍ଦ୍ଦେଶକ, ଆଇ.ଏ.ଏସ୍. ପ୍ରୋବେସନର, ବି.ଡି.ଓ. ଶିବାନନ୍ଦ ସ୍ୱାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଓଡ୍ରାଫ ବୋଟ୍ ମାଧ୍ୟମରେ ଚନ୍ଦନପୁର, ଗମୁ, ମହାକାଳପଡା, ମନ୍ଦାରୀ ଇତ୍ୟାଦି ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକୁ ପରିଦର୍ଶନ କରିଥିଲେ । ସେହି ଅଞ୍ଚଳର ଲୋକ ମାନଙ୍କୁ ଚୁଡା, ଗୁଡ ଇତ୍ୟାଦି ରିଲିଫ୍ ବଣ୍ଟନ ସହ ଯେଉଁ ଯେଉଁ ସ୍ଥାନରେ ଜଳସ୍ତର କମିଲାଣି ସେଠାରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସ୍ଥାନୀୟ ସରପଞ୍ଚ ଓ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ରିଲିଫ୍ ସାମଗ୍ରୀ ସହ ପିଇବା ପାଣି ଓ ଥଣ୍ଡା ଜ୍ୱର, ଝାଡା ଇତ୍ୟାଦି ରୋଗର ଚିକିତ୍ସା ପାଇଁ ଔଷଧ ପ୍ରଦାନ ପାଇଁ ମେଡିକାଲ ଅଫିସର ମାନଙ୍କ ସହ ଯୋଗାଯୋଗ ପାଇଁ ସ୍ଥାନୀୟ ବି.ଡି.ଓ. ଙ୍କୁ ଜିଲ୍ଳାପାଳ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଣି ଶୁଖିଯାଇଥିବା ସ୍ଥାନର ନଳକୂପ ଗୁଡିକୁ ବିଶୋଧନ କରିବା ସହ ଏହାର ଚତୁପାର୍ଶ୍ୱ ଓ ସଂପୃକ୍ତ ଅଞ୍ଚଳକୁ ବିଶୋଧନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଜଳଘେରରେ ରହିଥିବା ସଂପୃକ୍ତ ଅଞ୍ଚଳର ଲୋକମାନେ ଜିଲ୍ଲାପାଳଙ୍କୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଖୁସି ବ୍ୟକ୍ତ କରିଥିଲେ । ଏତେ ପାଣିରେ ଯେତେବେଳେ ଅଞ୍ଚଳ ବାସୀ କେଉଁଆଡେ ଯିବା ସମ୍ଭବ ନୁହେଁ ବା ଅନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଆସିବା ଅସମ୍ଭବ ହେଉଚ୍ଥି ସେତେବେଳେ ଖୋଦ ଜିଲ୍ଳାପାଳ ପହଞ୍ଚି ଥିବାରୁ ବିଭିନ୍ନ ସ୍ଥାନରେ ଜନସାଧାରଣ କୃତଜ୍ଞତା ଜଣାଇବା ସହ ରିଲିଫ, ଚାଷ କାର୍ଯ୍ୟ, ଜଳ ନିଷ୍କାସନ, ବିଦୁ୍ୟତ୍ ସରବରାହ ଇତ୍ୟାଦି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ । ୨୦୧୧ ବନ୍ୟା ଠାରୁ ଏହା ଅଧିକ ବୋଲି ବୟସ୍କ ବ୍ୟକ୍ତିମାନେ ମତ ଦେବା ସହ ଏତେ ପାଣିରେ ପ୍ରଶାସନିକ ଅଧିକାରୀମାନେ ଆସିଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ପରେ ଜିଲ୍ଳାପାଳ ବ୍ଲକ୍ ଓ ତହସିଲରେ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଥିଲେ । ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ପ୍ରଦାନରେ ପାତର ଅନ୍ତରକୁ ବରଦାସ୍ତ କରାଯିବନାହିଁ । ସରକାରୀ ବ୍ୟକ୍ତିମାନେ ଘରକୁ ଘର ବୁଲି ସ୍ଥିତି ଅନୁଧ୍ୟାନ କରି ନିରପେକ୍ଷ ଭାବେ ସହାୟତା ପ୍ରଦାନ ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । କୈାଣସି କ୍ଷେତ୍ରରେ ଅନିୟମିତତା ଜଣାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ ସତର୍କ କରାଇ ଦେଇଚ୍ଥନ୍ତି । ଜିଲ୍ଲାର ଚଳିତ ବନ୍ୟାରେ ୧୦ଟି ଯାକ ବ୍ଳକର ୧୮୬ ଗୋଟି ପଂଚାୟତର ୮୩୬ ଟି ଗ୍ରାମ ଓ ପୌରାଞ୍ଚଳର ଗୋଟିଏ ୱାର୍ଡର ମୋଟ ୯୯୫୯୪୭ ଲୋକ ପ୍ରଭାବିତ ହୋଇଚ୍ଥନ୍ତି । ମୋଟ ୮୨୦ ଟି ଗ୍ରାମର ୮୧୪୩୭୨ ଲୋକ ଜଳ ଘେରରେ ଥିବାବେଳେ ବର୍ତ୍ତମାନ ମଧ୍ୟ ୮୦ ଟି ଗ୍ରାମର ୭୪୩୪୭ ଲୋକ ଜଳ ଘେରରେ ରହିଚ୍ଥନ୍ତି । ୪୨୭୨୧ ଜଣ ଲୋକଙ୍କୁ ୨୨୪ ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ୨୪୯ ଟି ରନ୍ଧା ଖାଦ୍ୟ କେନ୍ଦ୍ର କରାଯାଇଥିଲା । ବର୍ତମାନ ୧୪୦ ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଚ୍ଥି । ଏନ୍.ଡି.ଆର.ଏଫ୍. ରୁ ୩, ଓଡ୍ରାଫର ୪ ଓ ଅଗ୍ନିଶମର ୧୪ ଟି ବୋଟ ରିଲିଫ୍ କାର୍ଯ୍ୟରେ ନିୟୋଜନ ହୋଇଚ୍ଥି । ୭୭ ଗୋଟି ବୋଟ ମଧ୍ୟ କାର୍ଯ୍ୟରେ ଲାଗିଚ୍ଥି । ୩୦୯୪୮୨ ପଶୁ ସମ୍ପଦ ପ୍ରଭାବିତ ହୋଇଚ୍ଥନ୍ତି । ୭୫୩୭୪ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତର ଆଶଙ୍କା ରହିଚ୍ଥି । ବର୍ତ୍ତମାନ ସୁଦ୍ଧା ୬୯୪୫.୭୭୫ କ୍ୱିଣ୍ଟାଲ ଚାଉଳ, ୧୬୩୫.୯ କ୍ୱିଣ୍ଟାଲ ଚୁଡା, ୧୬୫.୮୬ କ୍ଟିଣ୍ଟାଲ ଗୁଡ, ୩୧୪.୨୫ ମେଟ୍ରିକ ଟନ୍ ଗୋ-ଖାଦ୍ୟ, ୭୧୧୨୬ ହାଲୋଜିନ ବଟିକା, ୫୩୫୭୧ ଓ.ଆର.ଏସ୍. ପ୍ୟାକେଟ, ୬୫୬୦୦୦ ପ୍ୟାକେଟ୍ ପାଣି ପାଉଚ ବଣ୍ଟନ ହୋଇଚ୍ଥି । ୧୮ଟି ମେଡିକାଲ ଟିମ୍ ଓ ୬୨ ଟି ମୋବାଇଲ ଟିମ୍ ମାଧ୍ୟମରେ ଚିକିତ୍ସା ଓ ୧୦ଟି ଟିମ୍ ମାଧ୍ୟମରେ ଲୋକ ମାନଙ୍କର ପଶୁ ସମ୍ପଦ ଚିକିତ୍ସା କରାଯାଇଚ୍ଥି ବୋଲି ଜିଲ୍ଲା ଜରୁରୀ ବିଭାଗ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.