ଜମି ବିବାଦକୁ ନେଇ ପୋଷ୍ଟାଲ୍ ଏଜେଣ୍ଟ ଓ ରାଜମିସ୍ତ୍ରୀ ମଧ୍ୟରେ ମାରପିଟ ଉଭୟେ ଗିରଫ ।

0 244

ବ୍ରହ୍ମପୁର,୧୫/୦୧(ପିପିଟି): ଶକ୍ତିନଗର ଅଞ୍ଚଳରେ ଦୁଇ ପଡୋଶୀ ଅର୍ଥାତ୍ ପୋଷ୍ଟାଲ୍ ଏଜେଣ୍ଟ ଓ ରାଜମିସ୍ତ୍ରୀ ମଧ୍ୟରେ ମାରପିଟ ହୋଇଥିବା ନେଇ ନିମଖଣ୍ଡି ଥାନାରେ ଅଭିଯୋଗ ହୋଇଥିଲା । ଉଭୟଙ୍କ ଅଭିଯୋଗକୁ ପୁଲିସ ଗୁରୁତର ସହ ଗ୍ରହଣ କରି ଦୁଇଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଉମାକାନ୍ତ ଅଧିକାରୀ ଓ ତ୍ରିଲୋଚନ ମହାନ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ମିଳିଥିବା ସୂଚନା ପ୍ରକାରେ, ଶକ୍ତିନଗର ଅଞ୍ଚଳର ତ୍ରିଲୋଚନ ମହାନ୍ତି ଜଣେ ରାଜମିସ୍ତ୍ରୀ ଭାବେ କାମ କରନ୍ତି । ଆଉ ସେହି ଅଞ୍ଚଳରେ ରହୁଥିବା ଉମାକାନ୍ତ ଅଧିକାରୀ ଜଣେ ପୋଷ୍ଟାଲ୍ ଏଜେଣ୍ଟ ଭାବେ କାମ କରନ୍ତି । ତେବେ କିଛିବର୍ଷ ପୂର୍ବେ ତ୍ରିଲୋଚନଙ୍କଠାରୁ ଉମାକାନ୍ତ ଏକ ଜମି କିଣିବା ପରେ ଘର ନିର୍ମାଣ କାମ ମଧ୍ୟ କରିଥିଲେ । ଉମାକାନ୍ତଙ୍କ ଜାଗା ନିକଟରେ ତ୍ରିଲୋଚନଙ୍କ ଏକ ପ୍ଲଟ ରହିଛି । ଉକ୍ତ ପ୍ଲଟର କିଛି ଅଂଶକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହିଥିଲା । ତେବେ ଗତଶୁକ୍ରବାରରେ ଉମାକାନ୍ତ ବ୍ରଜନଗରସ୍ଥିତ ପୋଷ୍ଟ ଅଫିସ ଯାଇଥିଲେ । କିଛି ଗ୍ରାହକଙ୍କ ଟଙ୍କା ପୋଷ୍ଟ ଅଫିସରେ ଜମା କରି ଘରକୁ ଫେରୁଥିବା ବେଳେ ଉମାକାନ୍ତଙ୍କ ସହ ତ୍ରିଲୋଚନଙ୍କ ମୁହାଁମୁହିଁ ହୋଇଥିଲା । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ ପରେ ତ୍ରିଲୋଚନ ରାସ୍ତାରେ ପଡିଥିବା ଏକ ଇଟା ଗୋଟାଇ ଉମାକାନ୍ତଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏହି ସମୟରେ ଉମାକାନ୍ତ ତ୍ରିଲୋଚନଙ୍କ ତନ୍ଟି ଚିପିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଉଭୟ ପକ୍ଷରୁ ଥାନାରେ ଏତଲା ପରେ ପୁଲିସ ଘଟଣାର ତଦନ୍ତ କରି ଉଭୟଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.