ଜଙ୍କ୍ ମିଶ୍ରିତ ପାଣି ପିଇ ଜୀବନ କାଟୁଛନ୍ତି ଜରିପଡା ଗ୍ରାମର ପ୍ରଧାନ ସାହି ବାସିନ୍ଦା।

0 357

ବୋଲଗଡ଼,୦୮/୦୭(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତ ର ଜରିପଡା ଗ୍ରାମର ପ୍ରଧାନ ସାହିରେ ଏକ ନଳକୂପ ରହିଅଛି। ହେଲେ ପରିତାପର ବିଷୟ ଏହି ନଳକୂପର ଜଙ୍କ୍ ଏବଂ କଳଙ୍କି ମିଶା ପାଣିବାହାରୁ ଅଛି। ପ୍ରାୟ ଦଶଟି ପରିବାର ଏହି ନଳକୂପ ଉପରେ ନିର୍ଭର କରିଥାନ୍ତି। ସାହିର ବାସିନ୍ଦା ମାନେ ପାନୀୟ ଜଳ ଯୋଗାଣ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ କିନ୍ତୁ ଜଳଯୋଗାଣ କିଛି କର୍ମଚାରୀ ମାନେ ଥର କୁ ଥର ଆସି ମରମତି କରିଥିଲେ ମଧ୍ୟ ସେହି ପୂର୍ବାବସ୍ତା ଭଳି ହଳଦୀ ଗୁଣ୍ଡମିଶ୍ରୀତ ପାଣି ବାହାରୁଅଛି। ଏହି ପ୍ରଧାନ ସାହିର ବାସିନ୍ଦା ମାନେ ଏକ ନୂତନ ନଳକୂପ କିମ୍ବା ସେହି ନଳକୂପ ଟିକୁ ଭଲରେ ମରାମତି କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଅଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.