ଜଗନ୍ନାଥଙ୍କୁ ଚପଲ ପିନ୍ଧି ପୂଜା କଲେ ଜିଲ୍ଲାପରିଷଦ ଅଧ୍ଯକ୍ଷା।

0 282

ମାଲକାନଗିରି,୧୯/୧୦(ପିପିଟି): ଓଡ଼ିଆ ଜାତିର ଅସ୍ମିତା ତଥା କୋଟି ଓଡିଆଙ୍କ ଆରାଧ୍ୟ ଦେବତା ସ୍ୱୟଂ ଜଗନ୍ନାଥ ମହାପ୍ରଭୁଙ୍କୁ ପାଦରେ ଚପଲ ପରିଧାନ କରି ପୂଜା କଲେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ଯକ୍ଷା,ଯାହାକି ଏପରି କାର୍ଯ୍ଯକୁ ସାଧାରଣରେ ଅପମାନ ମନେକରା ଯାଉଛି। ସରକାରୀ କାର୍ଯ୍ୟକ୍ରମରେ ଚପଲ ପିନ୍ଧି ମହାବାହୁଙ୍କୁ ଧୂପ ଦୀପ ଦେଇ ପୂଜା କଲେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା,ବର୍ତ୍ତମାନ ଏହି ଫୋଟ ଭାଇରାଲ ହେବାରେ ଲାଗିଛି । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାରେ। ଗତକାଲି ମାଲକାନଗିରି ଜିଲ୍ଲା ପୁରୁଣା ମେଡିକାଲ ଠାରେ ବକ୍ରପାଦ ଅସ୍ତ୍ରୋପଚାର କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପ୍ରଥମେ ମଞ୍ଚରେ ଉପସ୍ଥିତ ଥିବା କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜା କରାଯାଇଥିଲା । ଯେଉଁଥିରେ ଜିଲ୍ଳାର ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ମୁଖ୍ଯ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶ୍ରୀମତୀ ତାଙ୍ଗୁଲ ଯୋଗଦେଇ ପ୍ରଥମେ ପାଦରେ ଚପଲ ପିନ୍ଧି ମହାପ୍ରଭୁ ଜଗନ୍ନାଥଙ୍କୁ ଧୂପ ଦେଇ ପୂଜା କରିଥିଲେ । ଯାହାର ଚିତ୍ର ଏବେ ସାମାଜିକ ଗଣ ମାଧ୍ୟମରେ ଘୂରିବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଚିତ୍ରକୁ ଯିଏ ବି ଦେଖୁଛି ସେ ଏହାକୁ ନିନ୍ଦା କରିଥିବା ବେଳେ ଜଗନ୍ନାଥ ପ୍ରେମୀମାନଙ୍କ ମନରେ ବଡ ଆଘାତ ଲାଗିଛି। ଶ୍ରୀମତୀ ତାଙ୍ଗୁଲ ଜଣେ ଶିକ୍ଷିତା ନାରୀ ଏବଂ ଜଣେ ବିଜେଡି ଦଳର ନେତ୍ରୀ ଏପରି କାର୍ଯ୍ଯକୁ ସାଧାରଣରେ ନିନ୍ଦନୀୟ କରାଯାଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.