ଜଗତସିଂହପୁର ସହରରେ ସରକାରଙ୍କ କଟକଣାକୁ ବେଖାତିର ଓ ସାମାଜିକ ଦୁରତ୍ୱକୁ ‘ଫୁ’ ।

0 232

ଜଗତସିଂହପୁର,୦୯/୦୯(ପିପିଟି); କଟକଣା କୋହଳ ପରେ ବଢୁଛି ଗହଳି । ମାନୁନାହାନ୍ତି ସାମାଜିକ ଦୂରତ୍ୱ, କରୋନା ମୁକାବିଲା ପାଇଁ ସରକାରଙ୍କ ଶେଷ ପର୍ଯ୍ୟାୟ ତାଲାବନ୍ଦ ନିୟମରେ ସରକାରଙ୍କ ଜାରି ମାର୍ଗଦର୍ଶୀକା ଅନୁଯାୟୀ ଜିଲା ପ୍ରଶାସନ କୋହଳ ମନୋବୃତି ଆପଣାଇଛି । ନୂତନ ନିୟମ ମୁତାବକ, ସକାଳ ୭ଟାରୁ ରାତ୍ର ୯ଟା ଯାଏଁ ଜିଲାରେ ସମସ୍ତ ଅତ୍ୟାବଶ୍ୟକୀୟ ଦୋକାନ ବଜାର ଖୋଲା ରହିବ । କଟକଣା କୋହଳ ପରେ ଜଗତସିଂହପୁର ସହରରେ ଭିଡ ପରିଲିକ୍ଷିତ ହେଉଛି। ସ୍ଥାନୀୟ ପୌରନିଗମ କଟକଣା କୋହଳ ହେବା ପର ଠାରୁ ସହରର ବିଭିନ୍ନ ଦୋକାନ ବୁଲି ବ୍ୟବସାୟୀଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବା ଓ ବିନା ମାସ୍କରେ ଆସିଥିବା ଗ୍ରାହକଙ୍କୁ ସାମଗ୍ରୀ ପ୍ରଦାନ ନ କରିବା ପାଇଁ ସଚେତନ କରାଯିବା ଆଉ ଦେଖାଯାଉନାହିଁ। ତେବେ ସାମାଜିକ ଦୂରତ୍ୱ ପାଳନ କରିବା ସହ ମାସ୍କ ପିନ୍ଧି ଘରୁ ବାହାରିବା ପାଇଁ ପ୍ରଶାସନ ଦ୍ୱାରା କଡା ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ସହରରେ ଅନେକ ଏହାକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି। ମୁଖ୍ୟତଃ ଦେଖିବାକୁ ମିଳୁଛି ଜଗତସିଂହପୁର ସହରରେ ଥିବା ଅନେକ ବେସରକାରୀ କୋଚିଂ ସେଣ୍ଟର ଅର୍ଥ ଲୋଭରେ ଏହି ନିୟମକୁ ପୁରାପୁରି ଫୁ କରି ଉଡେଇ ଦେଉଛନ୍ତି । ବର୍ତ୍ତମାନ ମାଟ୍ରିକ ପାସ କରି କଲେଜରେ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ପିଲାମାନଙ୍କୁ ନିଜ ନିଜ କୋଚିଂ ସେଣ୍ଟରରେ ଆଡ଼ମିଶନ କରିବା ପାଇଁ ପ୍ରବଳ ପ୍ରତିଦ୍ବନ୍ଦିତା ଚାଲିଛି ଯାହାଫଳରେ ସହରର ସବୁ କୋଚିଂ ସେଣ୍ଟର ଲୁଚାଛପାରେରେ ଖୋଲା ରହୁଛି । ବିଶେଷ କରି ଏସ.ଭି.ଏମ କଲେଜ ଓ କଲେଛ ଛକ ପାଖାପାଖି ଥିବା କୋଚିଂ ସେଣ୍ଟରଗୁଡିକ ଏହି କଟକଣା ମାନୁ ନ ଥିବା ଦେଖାଯାଉଛି ଏବଂ କୋଚିଂ ସେଣ୍ଟରକୁ ପିଲାମାନେ ପାଠ ପଢିବାକୁ ଯିବା ଫଳରେ ସେଠାରେ ସାମାଜିକ ଦୂରତ୍ୱକୁ ସମୁଦାୟ ଭାବରେ ଫୁ କରିଦିଆଯାଇଛି । ସରକାର କୋଭିଡ ସଂକ୍ରମଣ ଭୟଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିଥିଲାବେଳେ କିନ୍ତୁ ଜଗତସିଂହପୁର ସହରରେ କିଭଳି ବେସରକାରୀ କୋଚିଂ ସେଣ୍ଟରସବୁ ଏହି ସରକାରଙ୍କ ଗାଇଡ୍ ଲାଇନକୁ ବେଖାତିର କରି ଆଇନ ଅବମାନନା କରି ନିଜ ଅନୁଷ୍ଠାନ ଖୋଲିବାକୁ ସାହାସ କରୁଛନ୍ତି ତାହା ବର୍ତ୍ତମାନ ବଡ ଚର୍ଚ୍ଚାର ବିଷୟ ପାଳିଟିଛି ଏବଂ ଯାହାଫଳରେ ଏହି ସବୁ ଅନୁଷ୍ଠାନରେ ସାମାଜିକ ଦୂରତ୍ୱ ପାଳନ ନ ହେବା ଫଳରେ ଗୋଷ୍ଟି ସଂକ୍ରମଣ ହେବାର ବହୁ ସମ୍ବାବନା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । କୋଚିଂ ସେଣ୍ଟର ମାଲିକମାନଙ୍କ ଲୋଭ ମନୋବୃତି ଯୋଗୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୋଷ୍ଟି ସଂକ୍ରମଣ ହେବାର ଆଶଙ୍କା ଦେଖାଗଲାଣି । ଏଥିପ୍ରତି ଜିଲାପ୍ରଶାସନର କୌଣସି କଟକଣା ନ ଥିବା ବଡ ଆଶ୍ଚର୍ଯ୍ୟର ବିଷୟ । ଏସବୁ ସମସ୍ୟାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେଇ କଠୋର କଟକଣା ଜାରି କରିବାକୁ ବୃଦ୍ଧିଜୀବୀ ମହଲରେ ଦାବି ହେଉଛି ଆଗାମୀ ଦିନରେ ସହରରେ ଏହିସବୁ କୋଚିଂ ସେଣ୍ଟରକୁ ଯାଞ୍ଚ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ବହୁ ଭୟାନକ ପରିସ୍ଥିତି ଉପୁଜୀଵ ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି । ରିପୋର୍ଟ – ପ୍ରତାପ କୁମାର ସିଂହ ।

Leave A Reply

Your email address will not be published.