ଛାତ ରଡ୍ ରେ ଝୁଲି ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା ।

0 278

ବେଲଗୁଣ୍ଠା,୧୦/୧୨(ପିପିଟି): ବେଲଗୁଣ୍ଠା ବ୍ଳକ୍ ତଥା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୀରୀସୋଲା ଗ୍ରାମରେ ଜଣେ ୬୧ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣା ପଡିଛି । ବ୍ୟକ୍ତି ଜଣଙ୍କ ସେହିଗ୍ରାମର ଭବାନୀ ଜେନାଙ୍କ ପୁଅ ଧୋବା ଜେନା । ଧୋବା ଛାତର ରଡ୍ ଝୁଲି ଆତ୍ମହତ୍ୟା କରିଥିବା ବେଳେ ପାରିବାରିକ ଅଶାନ୍ତିରୁ ଧୋବା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଘଟଣା ନେଇ ଧୋବାଙ୍କ ପୁଅ ବେଲଗୁଣ୍ଠା ଥାନାରେ ଜଣାଇବା ପରେ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଧୋବାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ୍ କୁ ପଠାଇଥିଲେ । ଏନେଇ ବେଲଗୁଣ୍ଠା ଥାନାରେ ୨୮/୨୨ ରେ ଏକ ମାମଲା ରୁଜୁ ହେବା ସହିତ ଏଏସ୍ଆଇ ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଘଟଣାର ତଦନ୍ତ କରୁଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.