ଛାତ୍ର ଛାତ୍ରୀଙ୍କୁ ବହି ଯୋଗାଇଦେବା ପାଇଁ ଦାବି ।

0 309

ପଦ୍ମପୁର,୦୨/୦୯(ପିପିଟି); ବିଗତ କିଛି ଦିନ ପୂର୍ବେ ଓଡ଼ିଶା ସରକାର କରୋନାର ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟି ରେ ରଖି ପିଜି ଏବଂ ୟୁଜି ର ଶେଷ ସେମିଷ୍ଟାର ପରୀକ୍ଷା ବାତିଲ୍ କରିବା ପାଇଁ ଘୋଷଣା କରିଥିଲେ ଏବଂ ବିକଳ୍ପ ପନ୍ଥା ଦ୍ଵାରା ପରୀକ୍ଷାର ମୂଲ୍ୟାୟନ କରିବା ପାଇଁ ଘୋଷଣା କରାଯାଇଥିଲା ଏହାକୁ ବିରୋଧ କରି ୟୁଜିସି ବିନା ପରୀକ୍ଷା ରେ ଡିଗ୍ରୀ ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ ଠାରେ ଏକ ମାମଲା ରୁଜୁ କରିଥିଲା କିନ୍ତୁ ଏହାପରେ ବି ଓଡ଼ିଶା ସରକାରଙ୍କ ନିର୍ଦ୍ଦେସାନୁକ୍ରମେ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର୍ ପରୀକ୍ଷାର ଫର୍ମ ଫିଲପ୍ ଆରମ୍ଭ କରି ଥିଲେ । ଯେଉଁଥିରେ ଉଲ୍ଲେଖ ଥିଲା ଯେ ଦୁଇଟିରୁ କମ୍ ବେକ୍ ପେପର୍ ଥିବା ଛାତ୍ର ଛାତ୍ରୀ ଫର୍ମ ଫିଲପ୍ କରିପାରିବେ ଏବଂ ବିକଳ୍ପ ମୂଲ୍ୟାୟନ ଦ୍ଵାରା ରିଜଲ୍ଟ ଦିଆଯିବ । ଆଗକୁ ପରୀକ୍ଷା ନ ହେବା ହେତୁ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ଲାଇବ୍ରେରୀ କ୍ଲିୟରେନ୍ସ କରି କାର୍ଡ ଗୁଡ଼ିକୁ ରଦ୍ଦ କରାଯାଇଥିଲା କିନ୍ତୁ ଗତ ୩୧ ଅଗଷ୍ଟ ୨୦୨୦ ସୋମବାର ଦିନ ୟୂଜି ଏବଂ ପିଜି ଶେଷ ସେମିଷ୍ଟାର୍ ପରୀକ୍ଷା କରିବା ବାଧ୍ୟତା ମୂଳକ ବୋଲି ସୁପ୍ରିମ କୋର୍ଟ ଘୋଷଣା କରିଛନ୍ତି ଏବଂ ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା ସାରିବାକୁ ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଲାଇବ୍ରେରୀ କ୍ଲିୟରେନ୍ସ ସାରିଥିବା ବେଳେ ବିନା ବହିରେ ଛାତ୍ର ଛାତ୍ରୀ କେମିତି ପାଠ ପଢି ପରୀକ୍ଷା ଦେବେ ବୋଲି ପ୍ରଶ୍ନ ଉଠୁଛି ଏହି ସମସ୍ୟାକୁ ନେଇ ଛାତ୍ର ଯୁବ ସଂଘର୍ଷ ସମିତି ଓଡିଶା ନିଜର ଟୁଇଟର ଏକାଉଣ୍ଟ୍ ଦ୍ଵାରା ଛାତ୍ର ଛାତ୍ରୀ ଙ୍କୁ ବହି ଯୋଗାଇବା ପାଇଁ ଦାବି କରିଛି ଉକ୍ତ ଟୁଇଟ୍ ମାଧ୍ୟମରେ ଛାତ୍ର ଯୁବ ସଂଘର୍ଷ ସମିତି ବରଗଡ଼ର ଜିଲ୍ଲା ସଭାପତି ଛାତ୍ର ଛାତ୍ରୀଙ୍କ ପାଇଁ ବହିର ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହା ଅତ୍ୟାବଶ୍ୟକ ବୋଲି ଶିକ୍ଷିତ ମହଲରେ ଚର୍ଚ୍ଚା ହେଉଛି । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.