ମାଲକାନଗିରି,୦୩/୧୨(ପିପିଟି) ଜିଲ୍ଲା ପ୍ରଶାସନ ତରଫରୁ ଚୁନାବ ପାଠଶାଳା ଗଠନ ଉପଲକ୍ଷେ ଏକ ଵକ୍ତତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଆଜି ମାଲକାନଗିରି ମହାବିଦ୍ୟାଳୟ ସଭା ଗୃହରେ ଏକ ନିରାଡମ୍ବର ପୂର୍ଣ୍ଣ ଉତ୍ସବ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ଅଜୟ କୁମାର ମାଣ୍ଡାଙ୍ଗୀ ଯୋଗଦେଇ ଚୁନାବ ପାଠଶାଳା ଗଠନର ଉଦ୍ଦେଶ୍ୟ ଓ ଅଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଜିଲ୍ଲା ଯୁବ ରେଡ଼ କ୍ରସର ଆବାହକ ପରିଚାଳନା କରିଥିଲେ।ଏହି ସଭାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ ସୁଶାନ୍ତ କୁମାର ମାଝୀ,ଜାତୀୟ ସେବା ସଂସ୍ଥା ଅଧିକାରୀ ପ୍ରମିଳା କୁମାର ମହାନ୍ତିଙ୍କ ସମେତ ଏନ.ସି.ସି ବାହିନୀ ଏନଏସ୍ଏସ୍ ସ୍ବେଚ୍ଛାସେବୀ ଓ ଯୁବ ରେଡ଼ କ୍ରସ ସ୍ବେଚ୍ଛାସେବୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଆୟୋଜିତ ପ୍ରତିଯୋଗିତାରେ ବିଶ୍ୱ ପ୍ରଜ୍ଞା ପ୍ରିୟ ଦର୍ଶନୀ (୧ମ),ରାନୀ ଜୈନ( ୨ୟ ) ଓ ତରୁଣ ଦଣ୍ଡପତି( ୩ୟ) ସ୍ଥାନ ଅଧିକାରୀ କରି ମୁଖ୍ୟ ଅତିଥିଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ଏହି ସଭାରେ ଅଧ୍ୟାପକ ଗୌତମ ନାୟକ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)