ଚୁଡଙ୍ଗପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଜାଗିଲି ସେଠୀଙ୍କ ଜୋରଦାର ପ୍ରଚାର ।

0 1,044

ସାନଖେମୁଣ୍ଡି,୧୨/୦୨(ପିପିଟି): ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ଗାଁ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ଦିନ କୁ ଦିନ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ପାର୍ଥୀ ମାନଙ୍କ ପ୍ରଚାର ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଚି । ସାନଖେମୁଣ୍ଡି ବ୍ଲକର ଚୁଡଙ୍ଗପୁର ପଞ୍ଚାୟତରେ ସରପଞ୍ଚ ପଦପି ପାଇଁ ୬ ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ଏବଂ ନିର୍ବାଚନ ଲଢ଼ୁଥିବା ଦେଖିବାକୁ ମିଳିଛି । ହେଲେ ବଡ ଦୁଃଖର ବିଷୟ ଚୁଡ଼ଙ୍ଗପୁର ଗ୍ରାମରେ ଦୀର୍ଘ ବର୍ଷ ହେବ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାକୁ କେହି ଦୁର କରିପାରୁନଥିବାରୁ ଦେଖିବାକୁ ମିଳୁଚି । ଆଜି ଚୁଡ଼ଙ୍ଗପୁର ପଞ୍ଚାୟତର ସରପଞ୍ଚ ପାର୍ଥି ଜାଗିଲି ସେଠୀ ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ନିର୍ବାଚିତ ହେଲେ ଗ୍ରାମର ସମସ୍ତ ମୌଳିକ ସୁବିଧା ଯୋଗାଇବେ ବୋଲି ପ୍ରତିଶ୍ମୃତି ଦେଇଥିଲେ । ଗ୍ରାମର ପାନୀୟ ଜଳ ସମସ୍ୟା ପ୍ରଥମେ କରିବେ ବୋଲି କହିଥିଲେ । ଆଜି ଗ୍ରାମବାସୀ ମାନଙ୍କ ପ୍ରତିକ୍ରିୟା ନେବାରୁ କହିଥିଲେ ଗ୍ରାମ ବାସୀ ମାନଙ୍କ ଯେଉଁ ସବୁ ମୌଳିକ ସୁବିଧା ପାଇବା କଥା ତାହା ଆଜି ପର୍ଯ୍ୟନ୍ତ ହେଲାନାହିଁ । ଖାଲି ପ୍ରତିଶ୍ମୃତି ଦେଖାଇ ନିର୍ବାଚିତ ହୋଇଗଲେ ଆଉ ବାବୁଙ୍କ ଦେଖା ମିଳୁନି । ହେଲେ ଲୋକ ମାନଙ୍କ ଦୃଢ଼ ବିଶ୍ବାସ ଜାଗିଲି ସେଠୀ ସରପଞ୍ଚ ହେଲେ ଗ୍ରାମର ଉନ୍ନତି ହେବା ସହ ଲୋକ ମାନଙ୍କ ସମସ୍ତ ମୌଳିକ ସୁବିଧା ପାଇପାରିବେ । ଜାଗିଲି ସେଠୀ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଲୋକ ମାନଙ୍କ ସମସ୍ତ ସମସ୍ୟା ଦୂର କରିପାରିବେ ବୋଲି ଜନ ସାଧାରଣ ମତ ପ୍ରକାଶ କରିଛନ୍ତି । ଜାଗିଲି ସେଠୀ ଖୋଲା ବହି ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି ସେ ନିର୍ବାଚିତ ହେବେ ବୋଲି ଗ୍ରାମବାସୀ ମାନେ କହିବା ସହ ଜାଗିଲି ସେଠୀ ନିବେଦନ କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.