ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ଭାଲୁର ମୃତ୍ୟୁ ।

0 322

ଭଞ୍ଜନଗର,୦୭/୧୨(ପିପିଟି):ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳର ଗାୟଗଣ୍ଡା ସେକ୍ସନ ଜାଡଧାର ବିଟ୍ ଆମ୍ବଝରା ସରଂକ୍ଷିତ ଜଙ୍ଗଲ ଭିତରେ ବୁଧବାର ସକାଳ ସମୟରେ ବନ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଂ କରିବା ସମୟରେ ଗୁରୁତର ଅବସ୍ଥାରେ ପଡିଥିବା ଭାଲୁଟିକୁ ଦେଖିବାକୁ ପାଇଥିଲେ। ବନରକ୍ଷୀ ଅଶୋକ ସେଠୀ ଏହି ସଂର୍ପକରେ ବନପାଳ ଓ ଉପରିସ୍ଥ ଅଧିକାରୀ ମାନଙ୍କୁ ଅବଗତ କରିଥିଲେ। ଏହାପରେ ଆହତ ଅବସ୍ଥାରେ ଭାଲୁଟିକୁ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ତାକୁ ବଞ୍ଚାଇବା ପାଇଁ ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଚିକିତ୍ସା କରାଯାଇଥିଲେ ମଧ୍ୟ ଅପରାହ୍ନରେ ତାର ମୃତ୍ୟୁ ଘଟି ପ୍ରାଣୀ ଚିକିତ୍ସା ଅଧିକାରୀ ନିଶିକାନ୍ତ ବାଳା ସୂଚନା ଦେଇଛନ୍ତି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପୋତାଯିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.