ଚିକିଟିରେ ବିଜେଡିର ଜନ ସଂପର୍କ ପଦଯାତ୍ରା ।

0 263

ବ୍ରହ୍ମପୁର,୩୧/୧୦(ପିପିଟି): ରାଜ୍ୟ ସରକାରଙ୍କ ବିକାଶର ଗାଥା ଗାଁ ଗାଁରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଜି ଚିକିଟି ବ୍ଲକ ୧୮ ନମ୍ବର ଜୋନରୁ ବିଜେଡି ତାର ପଦଯାତ୍ରା ଆରମ୍ଭ କରିଛି । ବ୍ଲକ ବିଜେଡି ସଭାପତି ହେରମ୍ବ ରେଡିଙ୍କ ଗ୍ରାମ ଝାଟିପଦରରୁ ଆରମ୍ଭ ହୋଇଥିବା ପଦଯାତ୍ରା ସୁରଳ ଜଙ୍କସନରେ ଶେଷ ହୋଇଥିଲା । ଏହି ପଦଯାତ୍ରାରେ ମନ୍ତ୍ରୀ ଉଷା ଦେବୀ,ଚିକିଟି ବ୍ଲକ ଚେୟାରମ୍ୟାନ ଆପନା ସେଠୀ ଯୋଗ ଦେଇ ଉକ୍ତ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲା ଯୁବ ବିଜେଡି ସଭାପତି ଭବାନୀକାନ୍ତ ସାହୁ, ପୂର୍ବତନ ବ୍ଲକ ଅଧକ୍ଷା ଏମ. ପଦ୍ମା, ରଞ୍ଜନ ବେହେରା, ନିରଞ୍ଜନ ରେଡି, ବାବା ସାହେବଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା କର୍ମୀ ଉପସ୍ଥିତ ଥିଲେ । ଏହି ପଦଯାତ୍ରାର ମୂଳ ଉଦ୍ଦେଶ୍ୟ ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ଏବଂ ସାଧାରଣ ଜନତାଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରି ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା । ଶେଷରେ ସୁରଳ ଜଙ୍କସନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଠାରେ ମନ୍ତ୍ରୀ ରାଜ୍ୟସରକାରଙ୍କ ଶିକ୍ଷା,ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନା,ଯୁବକ ଯୁବତୀ ନିଯୁକ୍ତି ଯୋଜନା, ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା ଉପରେ ଆଲୋକପାତ ଚିକିଟିରେ ବିଜେଡିର ହାତମୁଠା ଟାଣ କରିବାକୁ ପଦଯାତ୍ରାରେ ସାମିଲ ଥିବା କର୍ମୀଙ୍କୁ ନିବେଦନ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.