ବୋଲଗଡ଼,୨୮/୦୬(ପିପିଟି);ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଖାରଡପଲୀ ଗ୍ରାମର ବିଶ୍ୱନାଥ ପ୍ରଧାନ(୫୦) ଗତକାଲି ସକାଳ ଶାତଟା ସମୟରେ ବିଷପାନ କରି ବିଲମୁଣ୍ଡରେ ନିଜ କୁଡିଆଘରେ ଛଟପଟ ହେଉଥିବା ସମୟରେ ସ୍ଥାନୀୟ ଶବର ସାହିର ଜୈନିକବ୍ୟକ୍ତି ତାଙ୍କ ଘରକୁ ଖବର ଦେବାରୁ ତୁରନ୍ତ ଭାପୁର ଡାକ୍ତରଖାନାକୁ ନେଇଥିଲେ ପରେ ଉତମ ଚିକିତ୍ସା ପାଇଁ ଖୋର୍ଦ୍ଧା ବଡ ଡାକ୍ତରଖାନାକୁ ନବା ବାଟରେ ବିଶ୍ୱନାଥଙ୍କର ମୃତ୍ୟୁ ହୋଇଥିଲା। ଖବର ନେବାରୁ ଜଣାପଡିଲା ବିଶ୍ୱନାଥ କିଛି ହାତଉଧାର କରଜ କରି ଗୋଟିଏ ପୁଅକୁ ଇଂଜିନିୟରିଂ ପଢାଇବା ସହିତ ଝିଅକୁ କଳାପଥର କଲେଜରେ ଶିକ୍ଷା ଦେଉଥିଲେ। ତାଙ୍କର ଦେଢ ଏକରଜମିରୁ ଜାହା ଉପ୍ତାଦନ କରନ୍ତି ତାହା ହିଁ ବର୍ଷ ଜାକର ସମ୍ବଳ। ସେହି ପଇସାରେ ପିଲାଙ୍କର ପାଠପଢ଼ା ଖର୍ଚ୍ଚ, ପରିବାର ଖର୍ଚ୍ଚ ମେଣ୍ଟୁ ନଥିବା କାରଣରୁ ମହିଳା ଗୃପରୁ କିଛି ଟଙ୍କା ଓ କିଛି ହାତଉଧାରି ଟଙ୍କା କରଜ କରିଥିଲେ। କରଜର ଭାରସାଙ୍ଗକୁ ନିଜର ଦେଢ ଏକର ଜମିରେ ଚାଷ କରିଥିବା ଧାନ ଗଜାନହେବା ଓ ପାଳିଥିବା ଗାଈ ର ଗୋଡ ଭାଙ୍ଗିଯିବା,ପାଠ ପଢି ବେକାର ହୋଇ ଦୁଇଟି ପିଲା ଘରେବସିବା,କରଜ କରିଥିବା ଟଙ୍କା ନସୁଝି ପାରିବା,ଚାଷ କାମ କରି ପରିବାରକୁ ନ ଚଳେଇ ପାରିବା କାରଣରୁ ନିଜର ମାନସିକ ଭାରସାମ୍ୟ ହରାଇ ବିଶ୍ୱନାଥ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କର ପଡୋଶୀ ମାନେ କହିଛନ୍ତି। ଖବର ପାଇ ସ୍ଥାନୀୟ ସରପଞ୍ଚ ଅନନ୍ତ ପ୍ରଧାନ ତାଙ୍କର ପରିବାର ଲୋକଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)