ଚାଷ ବାସ ଓ ପେଟପାଟଣା ଚିନ୍ତାରେ ଅସହାୟ ଗରିବ ପରିବାର; ସାମନ୍ତରାପୁର ମୌଜାରେ ଘଡ଼ିଘଡିକେ ବଦଳୁଛି ପ୍ରଶାସନ ନିଷ୍ପତ୍ତି ।
ସାନଖେମୁଣ୍ଡି;୧୪/୦୭(ପିପିଟି); ବାପ ଅମଳରୁ ତିନିପୁରୁଷ ଧରି ସରକାରୀ ଜମିରେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିବା କିଛି ବାସହୀନ ଭୁମିହିନ ଗରିବ ସମ୍ପ୍ରଦାୟ ପରିବାରର ପେଟପାଟଣା ପ୍ରତି ଦୁଃଖ ଘନେଇବାରେ ଲାଗିଛି । ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରି ରାଜସ୍ବ ସର୍କଲରେ ଥିବା ଶହଶହ ହେକ୍ଟର ସରକାରୀ ଜମିକୁ ସ୍ୱାଧୀନ କରି ମୁଷ୍ଟିମେୟ ଗୋଷ୍ଠି ଚାଷବାସ କରିଆସୁଥିବା ବେଳେ କିଛି ଗରିବ ପରିବାର ସ୍ପଳ୍ପ ପରିମାଣର ଚାଷ ଉପଯୋଗୀ ଜମିରେ ଶହେ ବର୍ଷ ପୂର୍ବରୁ ପିତୃପିତା ଅମଳରୁ ଧାନ , କପା , ମାଣ୍ଡିଆ , ମକା ଆଦି ଫସଲ ଅମଳ କରି ବଞ୍ଚୁଥିବା ବେଳେ ଗତ ଦୁଇବର୍ଷ ଧରି କିଛି ମୁଷ୍ଟିମେୟ ଗୋଷ୍ଠୀଙ୍କ ଦ୍ୱାରା ଆକ୍ରମଣ ଏବଂ ଶୋଷଣର ଶିକାର ହୋଇଥିବା ଅଭିଯୋଗ ଆସିଛି । ବାର୍ଷିକ ନିୟମିତ ସରକାରୀ ଧାର୍ଯ୍ୟ ଖଜଣା ପାଉତି ଜଳକର ଭୂମିକର ବନକର ରାଜସ୍ବ ବିଭାଗ ଠାରେ ପଇଠ କରି ଚାଷ କରିଆସୁଥିବା ବେଳେ ପ୍ରଶାସନର କୌଣସି ନିର୍ଦ୍ଧେଶ ଓ ନିଷ୍ପତ୍ତିକୁ ନମାନି କେତୋଟି ନିରୀହ ପରିବାରକୁ ଉକ୍ତ ଜମିରୁ ଓ ବାସରୁ ବଳପ୍ରୟୋଗ କରି ବେଦଖଲ କରିବାକୁ କିଛି ଲୋକ ଉଦ୍ୟମ ଚଳାଇଥିବା ଗରିବ ପରିବାରମାନେ ଅଭିଯୋଗ କରିଛନ୍ତି । ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରି ସର୍କଲ ଅଧିନସ୍ଥ ସାମନ୍ତରାପୁର ମୌଜାରେ ଥିବା ଖାତାନଂ ୧୫୪ ର କିଛି ପରିମାଣର ଜମିରେ ୯ ଗୋଟି ପରିବାର ସେମାନଙ୍କ ବାପା ଅମଳରୁ ଚାଷ କରିଆସୁଛନ୍ତି । ତେବେ ନିଜ ଗ୍ରାମ ମୌଜାର ସରକାରୀ ଜମିରେ ଅନ୍ୟ ଗାଁ ଲୋକେ ଚାଷ ଓ ବାସ କରିପାରିବେନାହିଁ ବୋଲି ସାମନ୍ତରାପୁର ଗ୍ରାମର କିଛିଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି । ସାମନ୍ତରାପୁର ଗ୍ରାମ ମୌଜାର ଶତାଧିକ ହେକ୍ଟର ସରକାରୀ ଜମିରେ ସେହି ଗାଁ ଲୋକେ ଚାଷ କରିଆସୁଥିବା ବେଳେ ଅଳ୍ପ କିଛି ପରିମାଣ ଜମିରେ ୯ ଟି ପରିବାର ଚାଷ କରିଆସୁଛନ୍ତି । ତେବେ ଗତ ଦୁଇବର୍ଷଧରି ଅଳ୍ପସଂଖ୍ୟକ ପରିବାରର ଚାଷ ଜମିର ଫସଲରେ ଗୋରୁପଲ ଚରାଇବା ଘାସମରା ଔଷଧପକାଇ ନଷ୍ଟ କରିବା ଅମଳ ଫସଲ ଜୋରଜବରଦସ୍ତ କାଟି ନେବା ଭଳି ହୀନକାର୍ଯ୍ୟ କରାଯାଇଛି ବୋଲି କ୍ଷତିଗ୍ରସ୍ଥ ପରିବାର ଅଭିଯୋଗ କରିଛନ୍ତି । ଏଭଳି ଶୋଷଣର ଶିକାର ହୋଇଥିବା ପରିବାରମାନେ ମୁଖ୍ୟମନ୍ତ୍ରୀ , ରାଜସ୍ବମନ୍ତ୍ରୀ , ବାଚସ୍ପତି , ଜିଲ୍ଲାପାଳ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଠାରେ ଚାଷଜମିରେ ପରିବାର ବଞ୍ଚାଇବାକୁ ଲିଖିତ ଅଭିଯୋଗ ନିବେଦନ ମଧ୍ୟ କରିଛନ୍ତି । ତହସିଲ ପ୍ରଶାସନ ପକ୍ଷରୁ ଏଥିନେଇ ଗ୍ରାମରେ ବୈଠକ ହୋଇଛି ୧୪୪ ଧାରା ଲାଗୁହୋଇଛି ଉଭୟପକ୍ଷଙ୍କ ସରକାରୀ ଜମିରେ ଫଳ ଗଛ ସରକାରୀ ଭାବେ ଲଗାଇବା ନିଷ୍ପତ୍ତି ହୋଇଛି ଅମଳ ଫସଲ ତହସିଲରେ ଦାଖଲ ପାଇଁ ନିର୍ଦ୍ଧେଶ ହୋଇଛି କିନ୍ତୁ କୌଣସି ଗୋଟିଏ ବି କାର୍ଯ୍ୟକାରୀ ହୋଇନି । ଜିଲ୍ଲା ପ୍ରଶାସନ ଓ ଉପଜିଲ୍ଲାପାଳ ତହସିଲଦାର ୯ ଗୋଟି ପରିବାର ସେହି ଜମିରେ ଚାଷବାସ କରିପାରିବେ ବୋଲି ସେହି ଗରିବ ପରିବାରକୁ କହିଛନ୍ତି । ପରେ ଝାଟିମାଟି ଛଣୀ କୁଡ଼ିଆଘର କରି ମୁଣ୍ଡ ଗୁଞ୍ଜିଥିବା ପରିବାର ମାନେ ସେଠାରୁ ଘର ଭାଙ୍ଗି ଉଠିଯିବାକୁ ପୁଣି କହୁଛନ୍ତି । ପୋଲିସ ଓ ପ୍ରଶାସନର କୌଣସି ନିର୍ଦ୍ଧେଶ ମାନୁନଥିବା ମୁଷ୍ଟିମେୟ ଗୋଷ୍ଠିଙ୍କ ପ୍ରତି କୋହଳ ମନୋଭାବ ହେଉଥିଲା ବେଳେ ପ୍ରଶାସନର ସମସ୍ତନିଷ୍ପତ୍ତି ମାନୁଥିବା ଗରିବ ଭୂମି ଓ ବାସହୀନ ପରିବାରର ଜମି ଓ ଘର ବେଦଖଲ ପାଇଁ ବାରମ୍ବାର ଭୟ ୯ ଟି ପରିବାରକୁ ଚିନ୍ତାରେ ପକାଇଛି । ଜିଲ୍ଲାପ୍ରଶାସନ ଓ ରାଜସ୍ବବିଭାଗ ସେଠାରେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିବା ଦୈତାରୀ ନାୟକ , କୁମାରୀ ଗୌଡ଼ , ବାବୁ ଗୌଡ଼ , ଶଙ୍କର ଗୌଡ଼ , ଉଜ୍ୱଳ ଗୌଡ଼ , ବୃନ୍ଦାବନ ଗୌଡ଼ , ବାବୁଲା ଗୌଡ଼ , ଟୁନା ଗୌଡ଼ , ବାସୁ ଗୌଡ଼ ପ୍ରମୁଖ ଭୂମି ଓ ବାସହୀନ ପରିବାରପ୍ରତି ଜମିଚାଷ ଓ ବାସ ପାଇଁ ଆଇନତ ଅଧିକାର ଦେବାକୁ ନିବେଦନ କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା ।)