ବୋଲଗଡ଼,୨୦/୧୦(ପିପିଟି): ବର୍ତ୍ତମାନର ସମାଜରେ ଚାଷୀକୁ ଚିହ୍ନୁଛିବା କିଏ ? ସ୍ୱାଧୀନତାର ୭୫ ବର୍ଷ ପରେ ନିଜକୁ ଭାରତୀୟ କହି ଗର୍ବ ଅନୁଭବ କରୁଥିବା ବେଳେ ଯେଉଁ ଚାଷୀ ପୁଅ ସାରା ଦୁନିଆକୁ ଦୁଇ ମୁଠା ଆହାର ଯୋଗାଇ ଦେଉଛି ସେହି ଚାଷୀ ପୁଅ ଆଜି ଅବହେଳିତ। ଚାଷୀ ନିଜର ପରିବାର କୁ ଦୁଇମୁଠା ଆହାର ଠିକରେ ଯୋଗାଇ ପାରୁଛି। ନା ନିଜେ ଓ ପରିବାର ପାଇଁ ଭଲ ପୋଷାକ ଖଣ୍ଡିଏ କରିପାରୁଛି। ତଥାପି ସମାଜର ଆଦର୍ଶ ହୋଇ ବଞ୍ଚିବାକୁ ଚାହୁଁଛି। ଯେତେ କଷ୍ଟ ଅଭାବ ଅନାଟନ ଆସୁପଛେ ଚାଷ କାର୍ଯ୍ୟ ପାଇଁ ସଦାସର୍ବଦା ନିୟୋଜିତ ରହିଥାଏ ଓ ତାର କର୍ମକୁ ହିଁ ବିଶ୍ୱାସ କରିଥାଏ। ବାସ୍ତବରେ ଚାଷର ବର୍ତ୍ତମାନ ଚାହିଦା ପୂରଣ କରିବା ପାଇଁ ଅଧିକ ଉତ୍ପାଦନର ଆବଶ୍ୟକତା ହେଉଥିବା ବେଳେ ଆମେ ମାନେ ଉତ୍ପାଦନ କରିନପାରି ପଡୋଶୀ ରାଜ୍ୟ ଉପରେ ନିର୍ଭର କରିଥାଉ। ଯାହାକି ଦଲାଲ ମାନେ ଏହାର ଫାଇଦା ଉଠାଉଥିବା ବେଳେ ଚାଷୀ ମାନେ ଉପଯୁକ୍ତ ମୂଲ୍ୟ ପାଇପାରୁ ନାହାଁନ୍ତି । ସେଥିପାଇଁ ସରକାରଙ୍କର ତରଫରୁ ବଜାର ବ୍ୟବସ୍ଥା ସହ ଜଳସେଚନର ସୁବିଧା ଓ ଆର୍ଥିକ ସହାୟତାର ହାତ ବଢାଇବାର ସୁବିଧା ସୁଯୋଗ ଯୋଗାଇ ଦିଅନ୍ତେ ତେବେ ଚାଷୀ ଆତ୍ମହତ୍ୟା ଠାରୁ ଆରମ୍ଭ କରି ପର ହାତ ଟେକାକୁ ଅପେକ୍ଷା ନକରି ନିଜେ କିପରି ବିଭିନ୍ନ ପ୍ରକାରର ଚାଷ କରି ନିଜେ ସ୍ୱାବଲମ୍ବୀ ହୋଇ ପାରିବ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଚାଷୀର ବିଭିନ୍ନ ପ୍ରକାରର ସମସ୍ୟା ବିଷୟରେ ବୁଝିବାକୁ ଏଠିକେହି ନାହିଁ। ଏଠି ସବୁ ରାଜନୈତିକଦଳ କେବଳ ନିଜ ନିଜର ଆସନପାଇଁ ରାଜନୀତି କରୁଛନ୍ତି। ବରଂ କୌଣସି ରାଜନୀତି ନକରି ଚାଷୀ ମାନଙ୍କର କଥା ଚିନ୍ତା କରନ୍ତେ ତାହାହେଲେ ପ୍ରତେକ ଚାଷୀ ଉପକୃତ ହୋଇ ପାରନ୍ତେ। ସେଥିପାଇଁ କଥିତ ଅଛି ଚାଷ କାମ ଜାହାର କେତେ ସୁଖତାହାର,ସେଇ ସିନା ଯୋଗାଇଛି ଦୁନିଆକୁ ଆହାର।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)