ଚାଷୀର ଚିନ୍ତା ବଢାଇଲା ଗଣ୍ଠି ପୋକ ।

0 253

ପଦ୍ମପୁର,୦୧/୦୯(ପିପିଟି); ବରଗଡ ଜିଲ୍ଲା ମୁଠାଏ ଅନ୍ନ ଯୋଗାଇ ଚାଲିଛି ସାରା ଓଡିଶା ରାଜ୍ୟକୁ ଓଡିଶାର ଭାତହାଣ୍ଡି କହିଲେ ବରଗଡ ଜିଲ୍ଲାକୁ ହିଁ ବୁଝାଯାଏ କିନ୍ତୁ ଦୁଃଖର ଓ ପରିତାପ ର ବିଷୟ ଏହିଯେ, ମୁଣ୍ଡ ଝାଳ ତୁଣ୍ଡ ରେ ମାରି ଚାଷୀ କେତେ କଷ୍ଟ ସହି ମୁଠାଏ ଧାନକୁ ଆଶା ରଖି ଚାଷକାର୍ଯ୍ୟରେ ମନୋନିବେଶ କରିଥାଏ କିନ୍ତୁ ଆଜିକାର ଦିନରେ ପାଇକମାଲ ବ୍ଲକ ଅନ୍ତର୍ଗତ ଲଖମରା ମୌଜାର ଧୂମାଭଟା ଗ୍ରାମରେ ଶହଶହ ଏକର ଚାଷଜମି ରେ ଧାନ ଫସଲରେ ଗଣ୍ଠି ପୋକ ଦାଉ ସାଜିଛି । ଚାଷୀ ମୁଣ୍ଡରେ ହାତ ରଖି ବସିପଡିଲାଣି । ପଦ୍ମପୁର ସ୍ଥିତ କୃଷି ବିଭାଗୀୟ ଅଧିକାରୀଙ୍କ ଅପାରଗତା କାରଣ ଉଜୁଡିବାରେ ଲାଗିଲାଣି ଶହଶହ ଏକର ଧାନ ଫସଲ କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ କ୍ଷେତ୍ର କର୍ମଚାରୀ ଗଣ ଚାଷୀଙ୍କ ପାଖକୁ ଆସି ଆଶ୍ୱାସନା ଦେବା ପରିବର୍ତ୍ତେ ନୀରବ ଦ୍ରଷ୍ଟା ସାଜିଛନ୍ତି । ଚଳିତ ବର୍ଷ ଅଦିନିଆ କରକାମାଡ ରେ ପଦ୍ମପୁର ଉପଖଣ୍ଡର ଅନେକ ପନିପରିବାଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ ଯାହା ଆମେ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତର ପଲସାନୀ ଗ୍ରାମର କ୍ଷତିଗ୍ରସ୍ତ ଚାଷୀଙ୍କ ମନ୍ତବ୍ୟ ସାଙ୍ଗକୁ କ୍ଷତିଗ୍ରସ୍ତ ଚାଷର ଫଟୋ ଉତ୍ତୋଳନ କରି ସର୍ସାଧାରଣ ରେ ଜଣାଇଥିଲୁ ହେଲେ କ୍ଷେତ୍ର କର୍ମଚାରୀତ ଦୂରର କଥା ପଦ୍ମପୁର କୃଷିବିଭାଗ ରୁ ଜଣେ ହେଲେ କେହି ଚାଷୀଙ୍କ ପାଖକୁ ଆସି କ୍ଷୟ କ୍ଷତିର ଆକଳନ କି ଆଶ୍ୱାସନା ଦେବାକୁ ଆସି ନଥିଲୋ ଏଇଟା ହେଉଛି କୃଷି ବିଭାଗ ପଦ୍ମପୁର ର ପାରଦର୍ଶିତା । ଏବେ ଗଣ୍ଠି ପୋକକୁ ଚାଷଜମିରୁ ଦମନ କରିବାପାଇଁ କଣ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି କୃଷିବିଭାଗ ତାହାଦେଖିବାକୁ ବାକି ରହିଲା । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.