ଶେରଗଡ଼,୧୪/୦୯(ପିପିଟି); ଭାରତୀୟ ତୈଳ ନିଗମ ଦ୍ଵାରା ନରେନ୍ଦ୍ରପୁର ଗ୍ରାମରେ ଗ୍ୟାସ ପାଇପ ଲାଇନ ବିଛା ଯାଇଛି। ଏହି ପାଇପ ଲାଇନ ବିଭିନ୍ନ ଲୋକଙ୍କ ଜମି ଦେଇ ଯାଇଛି । ଜମି ଉପରେ ତୈଳ ପାଇପ ଲାଇନ ନେବା ପୂର୍ବରୁ କେତେ ପରିମାଣର ଜମି ଯିବ ଏବଂ ତତ୍ ସମ୍ବନ୍ଧୀୟ ସର୍ତ୍ତ ଜାରି କରି ଉକ୍ତ ଜମି ଉପରେ ବଡ ଧରଣର ଗଛ ନ ଲଗାଇବା, ଗୃହ ନିର୍ମାଣ ନ କରିବା,ବୋର ୱେଲ ଓ କୂପ ନିର୍ମାଣ ନକରିବା କହି କ୍ଷତି ପୂରଣ ରାଶି ପ୍ରଦାନ କରିବା ନିମନ୍ତେ ସୂଚନା ପତ୍ର ଜରିଆରେ ଜମି ମାଲିକ ମାନଙ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ କିସ୍ତି ଆକାରରେ କ୍ଷତି ପୂରଣ ବ୍ୟାଙ୍କ ଚେକ୍ ଜରିଆରେ ତୈଳ ନିଗମ ପକ୍ଷରୁ ତୈଳ ନିଗମ କର୍ମଚାରୀମାନଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ତେବେ କିଛି ଦିନ ପରେ ଏହି ତୈଳ ନିଗମର କିଛି ଅସାଧୁ କର୍ମଚାରୀ କ୍ଷତିଗ୍ରସ୍ତଙ୍କୁ ମୋବାଇଲ ନମ୍ବର 948865772 ଏବଂ 7978667824 ଜରିଆରେ ଫୋନ କରି ଅର୍ଥ ରାଶି ଭୁଲରେ ଅଧିକ ପଠାଯାଇଛି କହି ନଗଦ ଆକାରରେ ପ୍ରଦାନ କରନ୍ତୁ ବୋଲି କହୁଛନ୍ତି ଯଦି ଟଙ୍କା ପ୍ରଦାନ ନକରନ୍ତି ତେବେ ଜେଲରେ ପୁରାଇ ଦେବୁ ବୋଲି ଧମକ ଦେଉଛନ୍ତି । ନିଗମ ପକ୍ଷରୁ ଟଙ୍କା ଫେରସ୍ତ ପାଇଁ କୌଣସି ଚିଠି ଆସି ନଥିବାରୁ ଲୋକେ ଟଙ୍କା ଫେରେଇ ବାକୁ ମନା କରିବାରୁ କ୍ଷତିପୂରଣ ପାଇଥିବା ଚାଷୀ ଙ୍କୁ ଜେଲ ପଠେଇ ଦେବାକୁ ଧମକ ଚମକ ଦେଇ ଗାଳି ଗୁଳଜ କରିବା ସହ ନଗଦ ଆକାରରେ ଅର୍ଥ ରାଶି ପ୍ରଦାନ ନ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି । ବିଗତ ଦିନରେ ନରେନ୍ଦ୍ରପୁର ର ମଙ୍ଗଳା ଗୌଡ଼ଙ୍କ ଠାରୁ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇଛନ୍ତି ବୋଲି ଅଭିଯୋଗ ହୋଉଛି ଏହି ଅସାଧୁ କର୍ମଚାରି ମାନେ ଗଞ୍ଜାମ ଜିଲ୍ଲାର ଅନ୍ୟ ଅଞ୍ଚଳ ରେ ଜମି ମାଲିକଙ୍କ ଠାରୁ ଏପରି ଅର୍ଥ ନେଇ ଥିବା କହି ଜମି ହରାଇ ଥିବା ଚାଷୀଙ୍କୁ ଏହି ବ୍ୟକ୍ତି ମାନେ ବାରମ୍ବାର ଫୋନ କରି ଧମକ ଚମକ ଦେଉଥିବା ନେଇ ଶେରଗଡ଼ ତହସିଲଦାରଙ୍କୁ ଅଭିଯୋଗ ଜଣାଇ ଥିବା ସୂଚନା ମିଳିଛି । (ରିପୋର୍ଟ – ଭିକୁ ନାୟକ ।)