ଚାଉଳ ପାଇଁ ଲମ୍ବା ଧାଡି,ମାନୁନାହାଁନ୍ତି ସାମାଜିକ ଦୂରତ୍ବ ।

0 430

ଫୁଲବାଣୀ,୧୯/୦୯(ପିପିଟି); କନ୍ଧମାଳ ଜିଲ୍ଲାରେ କୋଭିଡ ପ୍ରଭାବ ଦିନ କୁ ଦିନ ବଢ଼ି ସଂଖ୍ୟା ତିନି ଅଙ୍କ ଛୁଇଁଥିବା ଵେଳେ ଏହି ସଂକ୍ରମଣ ବଢ଼ିବାରେ ଏକ ପ୍ରକାର ସହାୟକ ହୋଇଛି ସରକାରୀ କଣ୍ଟ୍ରୋଲ ଦୋକାନ ମୈତ୍ରୀ । ଚାଉଳ ପାଇଁ ଲାଗୁଥିବା ଲମ୍ଵା ଧାଡ଼ିରେ କୈଣସି ସାମାଜିକ ଦୂରତା ରହୁନଥିବା ଵେଳେ ପ୍ରଶାସନର ମଧ୍ୟ ଏ ନେଇ କୈଣସି ଦାୟିତ୍ୱ ନଥିବା ଭଳି ମନେହୁଏ ।ଉପଜିଲ୍ଲାପାଳଙ୍କ କାଯ୍ୟାଳ ଠାରୁ ମାତ୍ର ୨୦ ମିଟର ଓ ପୋଲିସ ଷ୍ଟେସନ ଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ଭିଡ ଜମୁଥିଲେ ମଧ୍ୟ ଜେମିତି ଏଥିପ୍ରତି କାହାର ଦାୟିତ୍ୱ ନାହିଁ । ପ୍ରଶାସନ ଘୋଷଣା କରିଥିଲା ଘରେ ଘରେ ଚାଉଳ ପହଞ୍ଚାଇବା ପାଇଁ କିନ୍ତୁ ଏ ସଵୁ ଘୋଷଣାରେ ରହିଗଲା । ଦିନକୁ ଦିନ ସହରରେ ସଂକ୍ରମଣ ବଢ଼ି ବଢ଼ି ଚାଲିଛି ପ୍ରସାଶନ ଏହି ଭଳି ଖେତ୍ରରେ କିଭଳି ସାମାଜିକ ଦୂରତା ରହିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Leave A Reply

Your email address will not be published.