ବେଲଗୁଣ୍ଠା,୦୬/୧୧(ପିପିଟି): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ମାସ ପୂଣ୍ୟ ପଞ୍ଚୁକ ବ୍ରତ ଅବସରରେ ବେଲଗୁଣ୍ଠା ବାଙ୍କ ବଜାର ଠାରେ ଚବିଶି ପ୍ରହରୀ ନମାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ ସନ୍ଧ୍ୟାରେ ଅଧିବାସନୀତି ସମାପନ ପରେ ଗୁରବାରଦିନସକାଳ ୭ଟା ରେ ଅଖଣ୍ଡ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇ ରବିବାର ଦିନ ସକାଳ ୭ ଘଣ୍ଟ ସମୟରେ ଉଦଯାପନ ହୋଇଥଲା । ଦୀର୍ଘ ୩ ଦିନ ବ୍ୟାପି ଅନୁଷ୍ଠିତ ଯଜ୍ଞରେ ୫ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଯଥା କୁମ୍ପାପଡ଼ା , ଜିରୋଳି, ଅଢେଇ ଗାଁ , ଡେଙ୍ଗା ପଦର ଓ ଖମାର ପାଲି ଭାଗ ନେଇଥିଲେ । ପ୍ରତିଦିନ ନମଯଜ୍ଞ ସହିତ ଅନ୍ନ ଯଜ୍ଞର ବ୍ୟବସ୍ଥା କରାଯାଇଥିଲା । ଶହଶହ ଶ୍ରଦ୍ଧାଳୁ ସକାଳେ ଓ ସନ୍ଧ୍ୟାରେ ସଙ୍କୀର୍ତ୍ତନର ମଜା ଉଠାଇ ପ୍ରସାଦ ସେବନ କରୁଥିଲେ । ପୂଜା ରୀତିନୀତି କୁରାଳ ଦାମୋଦର ଦାସ ମହାରାଜ ସମାପନ କରୁଥିବା ବେଳେ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ବାଙ୍କ ବାଜର ବାସୁଦେବ ନାମ ସଙ୍କୀର୍ତ୍ତନ ମଣ୍ଡଳୀର ସଭାପତି ଜିତେନ୍ଦ୍ର ସୁବୁଦ୍ଧି,ସଂପାଦକ ଭାଗିରଥି ଡାକୁଆ,କୋଷାଧ୍ୟକ୍ଷ ଭି ମନୋରଂଜନ ପାତ୍ର ଓ ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ରଙ୍କ ସମେତ ସାହିର ସମସ୍ତ ବାସିନ୍ଦା ସୁଚାରୁ ରୂପେ ତୁଲାଇ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )