ଘୁମୁସର ଜିଲ୍ଲା ଦାବି କଲା ଲେଖିକା ସଂସଦ ।

0 367

ଭଞ୍ଜନଗର,୧୫/୦୧(ପିପିଟି): ପୂର୍ବରୁ ଘୁମୁସର ଜିଲ୍ଲା ମାନ୍ୟତା ପ୍ରଦାନ ସକାଶେ ବିଭିନ୍ନ ସଙ୍ଗଠନ ଦାବି କରି ଆସୁଥିବା ବେଳେ ଆଜି ଘୁମୁସର ଲେଖିକା ସଂସଦ, ଭଞ୍ଜନଗର ତରଫରୁ ଘୁମୁସର ଜିଲ୍ଲା ଦାବି ନିମନ୍ତେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହା ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରୁ ଆରମ୍ଭ ହୋଇ ମୁଖ୍ୟ ସଡ଼କପଥ,ଖାଲାସି ସାହି ଦେଇ ସାବିତ୍ରୀ ମହାବିଦ୍ୟାଳୟ,ଉପେନ୍ଦ୍ର ଭଞ୍ଜ ବିଦ୍ୟାଳୟ ରାସ୍ତା ଦେଇ ଉପଜିଲ୍ଲାପାଳଙ୍କ ଅଫିସ
ପରିସରରେ ପହଞ୍ଚିବା ପରେ ସମାପନ ହୋଇଥିଲା। ଉକ୍ତ ପଦଯାତ୍ରାର ଶୁଭାରମ୍ଭ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ଯକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଅଧ୍ଯକ୍ଷତାରେ ହୋଇଥିଲା।ଏଥିରେ ଘୁମୁସର ଲେଖିକା ସଂସଦର ସଭାପତି ରୀତାରାଣୀ ମହାପାତ୍ର, ସମ୍ପାଦିକା ଡ. ନଳିନୀ ପ୍ରଭା ଦାସ, ସହ ସଂପାଦିକା ପ୍ରଭାତୀ ମଞ୍ଜରୀ ବେହେରା, ସାଂସ୍କୃତିକ ସଂପାଦିକା ଅଧ୍ଯାପିକା ସୁଜାତା ସିଙ୍ଗ୍,ସଭ୍ଯା ଅଧ୍ଯାପିକା ଗୀତାଶ୍ରୀ ସାମନ୍ତ,ସଭ୍ୟା ଡାକ୍ତର ଗାୟତ୍ରୀ ସାହୁ, ଅଳକା ପଟ୍ଟନାୟକ, ମନୁଜା ରାଣୀ ଦାସ, ଗୀତାଞ୍ଜଳି ତ୍ରିପାଠୀ,ସବିତା ପଣ୍ଡା, ରଶ୍ମିତା ସାହୁ,ଏ.ବିଷ୍ଣୁପ୍ରିୟା ସେନାପତି, ଦିପ୍ତାଂଶୁ ପ୍ରଭା ଦେବୀ, ମୋନାଲିସା ମିଶ୍ର ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗଦାନ କରିଥିଲେ ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.