ଘର ଘର ବୁଲି ଭୋଟ ଭିକ୍ଷା କଲେ ସରପଞ୍ଚ ଏବଂ ସମିତିସଭ୍ୟା ପ୍ରାର୍ଥିନୀ ।

0 3,310

ସାନଖେମୁଣ୍ଡି,୦୯/୦୨(ପିପିଟି): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଡପଡା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ସମିଷ୍ଟା ରାଉତ ଏବଂ ସମିତିସଭ୍ୟା ପ୍ରାର୍ଥିନୀ ବବିତା ବାରିକ ଆଜି ଆଡପଡା ଗ୍ରାମରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରି ବିପୁଳ ସଂଖ୍ୟା ରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଛନ୍ତି । ଆଡପଡ଼ା ଗ୍ରାମରେ ଉନ୍ନତି ମୂଳକ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ସାନଖେମୁଣ୍ଡି ବିଜେଡି ସଭାପତିଙ୍କ ଧର୍ମ ପତ୍ନୀ ସରପଞ୍ଚ ପାର୍ଥିନୀ ଭାବେ ଛିଡ଼ା ହୋଇଛନ୍ତି । ଆଡ଼ପଡ଼ା ପୁର୍ବତନ ସରପଞ୍ଚ ତଥା ସାନଖେମୁଣ୍ଡି ବିଜେଡ଼ି ସଭାପତିଙ୍କ କାର୍ଯ୍ୟକାଳରେ ଶିଶୁ ଉଦ୍ୟାନ , ଆଦର୍ଶ ପୋଖରୀ ,କଲ୍ୟାଣ ମଣ୍ଡପ, ଗାଁ କୁ ରାସ୍ତା , ବାର୍ଦ୍ଧକ୍ୟ ଭତ୍ତା , ହରିଶ୍ଚନ୍ଦ୍ର ଯୋଜନା,ଘର ଘରକୁ ପାନୀୟଜଳ ଏମିତି ଅନେକ କାର୍ଯ୍ୟସବୁ କରି କେନ୍ଦ୍ର ସରକାରଙ୍କ ଠାରୁ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର ପାଇ ଲୋକ ମାନଙ୍କୁ ସେ ନିଜର କରିଥିଲେ । ଗ୍ରାମର କୌଣସି ଲୋକ ନିଜର ମୌଳିକ ସୁବିଧାରୁ ବଞ୍ଚିତ ନ ହେବେ ସେଥିପ୍ରତି ସେ ସବୁବେଳେ ଦୃଷ୍ଟି ଦେଇଥାନ୍ତି । ବୁଦ୍ଧିଜୀବୀ ମାନେ ତାଙ୍କୁ ସବୁବେଳେ ପ୍ରଶଂସା କରନ୍ତି । ଏମିତି ସରପଞ୍ଚକୁ ପାଇ ଆଜି ଆମେ ଗର୍ବିତ ବୋଲି ଗ୍ରାମବାସୀ ମାନେ ନିଜର ମତ ପ୍ରକାଶ କରିଛନ୍ତି । ଗ୍ରାମର ଏଭଳି ଉନ୍ନତି ମୂଳକ କାର୍ଯ୍ୟ ଧାରାକୁ ଆଗେଇ ନେବାପାଇଁ ସରପଞ୍ଚ ପାର୍ଥିନୀ ସମିଷ୍ଟା ରାଉତଙ୍କୁ ମାଛ ଚିହ୍ନ ଏବଂ ସମିତିସଭ୍ୟ ପାର୍ଥିନୀ ବବିତା ବାରିକଙ୍କୁ ଷ୍ଟୁଲ ଚି଼ହ୍ନରେ ଭୋଟ ଦେବାପାଇଁ ଅନୁରୋଧ କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.