ଘରେ ନପଶୁଣୁ ମୁଣ୍ଡରେ ଚାଳ , ହିଂଜିଳି ପୌର ପରିଷଦ ଭେଣ୍ଡିଂଜୋନରେ ନିମ୍ନ ମାନର କାର୍ଯ୍ୟ ।

0 429

ହିଞ୍ଜିଳିକାଟୁ,୦୨/୦୯(ପିପିଟି); ହିଞ୍ଜିଳିକାଟୁ ପୌରପରିଷଦରେ ନୂତନ ଓ ଉନ୍ନୟନ ମୂଳକ କାମର ଅଭାବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହେତୁ ବିକାଶ ପାଇଁ ଅର୍ଥର ବି ଅଭାବ ନାହିଁ । କିନ୍ତୁ ସ୍ୱାର୍ଥବାଦି ଠିକାଦାର , ପୌର କର୍ମଚାରୀ , ଅଫିସର, ଯନ୍ତ୍ରୀ ଓ ସ୍ଥାନୀୟ ପ୍ରମୁଖ ନେତାଙ୍କ ପିସି କାରବାରରେ ପ୍ରତ୍ୟକ୍ଷ ଭୂମିକା ହେତୁ ଅଞ୍ଚଳର ବିକାଶ ମୁଖୀ କାର୍ଯ୍ୟ ନିମ୍ନ ମାନର ହୋଇଯାଉଛି । ଗତ କିଛିଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଭେଣ୍ଡିଂଜୋନକୁ ଉଦଘାଟନ କରିଥିଲେ । ଯାହା ୧୩୪ ଟି କ୍ଷୁଦ୍ର ଦୋକାନ ଘର ପ୍ରକଳ୍ପ ମୂଲ୍ୟ – ଟ ୯୫. ୯୩ ଲକ୍ଷ ରେ ନିର୍ମିତ । କିନ୍ତୁ ଗତ ୧୫ ଦିନ ତଳେ ଅଞ୍ଚଳରେ ଜବର ଦଖଲ ଉଛେଦପରେ ବ୍ୟବସାୟୀ ମାନଙ୍କୁ ଉକ୍ତ ଭେଣ୍ଡିଜୋନ ରେ ବ୍ୟବସାୟ ପାଇଁ ଗୃହ ବଣ୍ଟନ ହୋଇଥିଲା । କିନ୍ତୁ ବ୍ୟବସାୟୀ ମାନେ ଗୃହ ପାଇବାପରେ ନିମ୍ନ ମାନର କାର୍ଯ୍ୟ ହୋଇଥବା ଗୃହର ସ୍ଥିତ ଚିତ୍ରକୁ ଦେଖି ସ୍ୱଷ୍ଟ ବାରି ହୋଉଛି । ଗୃହ ଭିତରର ଭଗ୍ନ ଅଂଶକୁ ବେଖିଲେ ଯେ କେହିବି ନିମ୍ନ ମାନର କର୍ଯ୍ୟ ହୋଇଛି ବୋଲି କହିପାରିବେ । ଚର୍ଚ୍ଚିତ ଖବରକୁ ନେଇ ବ୍ୟବସାୟୀ ମହଲରେ ଦୁଃଖ ସହ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ତୁରନ୍ତ କାର୍ଯ୍ୟ ଅନୁଷ୍ଠାନ ପାଇଁ ଦାବି ହୋଇଛି ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.