ଗ୍ରାମବାସୀ ସାନିଟାରାଇଜ୍ ଓ ମାସ୍କ ପରିଧାନକୁ ଗୁରୁତ୍ୱ ଦେଉଛନ୍ତି ।

0 399

ରାୟଗଡା,୧୧/୦୯(ପିପିଟି); ସହରବଜାର ଠାରୁ ଦୂରରେଥିବା ଗ୍ରାମ ବାସୀ ମଧ୍ୟ କରୁଛନ୍ତି ଗାଁ କୁ ସାନିଟାଇଜ ଓ ପରିଧାନ କରୁଛନ୍ତି ମାସ୍କ। ରାୟଗଡା ଜିଲ୍ଲା ପଦ୍ମପୁରବ୍ଲକର ଲିକିଟିପଦର ପଂଚାୟତ ଅଧିନ କିନ୍ଦ୍ରିଗୁଡା ଗ୍ରାମବାସୀଙ୍କ ଅନୁରୋଧରେ ଗାଁକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି ଏବଂ ସମସ୍ତଙ୍କ ପାଇଁ ମାସ୍କ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ସେହି ଅବସରରେ ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀ, ଲିକିଟିପଦର ସରପଞ୍ଚ କୈଳାଶ ମାଝୀ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାଶ କ୍ରାସ୍କାଙ୍କ ନେତୃତ୍ୱରେ ଏକ ଟିମ ଏହି ଗ୍ରାମକୁ ଆସି କରୋନା ମହାମାରୀ କିପରି ମାନବ ସମାଜକୁ କବଳିତ କରିଛି ଏବଂ କଣକଲେ ଜନସାଧାରଣ କରୋନାକୁ ଦୁରେଇବେ ସେହି ବିଷୟରେ କହିଥିଲେ ଓ ସମସ୍ତ ଗ୍ରାମବାସୀ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବୁଝାଇଥିଲେ।ପଦ୍ମପୁର ଦମକଳ କେନ୍ଦ୍ରର କର୍ମଚାରୀ ଗାଁ କୁ ସାନିଟାଇଜ କରିଥିଲେ। (ରିପୋର୍ଟ – ନବୀନ ନାୟକ ବେହେରା ।)

Leave A Reply

Your email address will not be published.