ଗୋଧନେଶ୍ଵର ଶୈବପୀଠ ଠାରେ କାଉଡ଼ିଆ ଙ୍କ ଭିଡ, ବୋଲବମ ଧ୍ୱନି ରେ କମ୍ପିଲା ଶୈବପୀଠ ।

0 268

ସୁବର୍ଣ୍ଣପୁର ,୨୨/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ବାବା ଗୋଧନେଶ୍ଵର ଠାରେ କାଉଡ଼ିଆ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ କାଉଡ଼ିଆଙ୍କ ବୋଲବମ ଧ୍ବନିରେ‌ ଶୈବପୀଠ ପ୍ରକମ୍ପିତ ହୋଇଛି। ଭୋର ୪ ଟାରୁ ମନ୍ଦିର ଖୋଲା ହୋଇ ମହାଦେବଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ମହିଲା ଓ ପୁରୁଷ କାଉଡ଼ିଆ ମାନେ ଗେରୁଆ ବସ୍ତ୍ର ପରିଧାନ କରି ଓ ବାହୁଙ୍ଗୀରେ ଜଳଭାର ଧରି ବୋଲବମ ଧ୍ବନିରେ ମନ୍ଦିର ପରିସରକୁ ଏକ ଆଧ୍ୟାତ୍ମିକ ପରିବେଶରେ ବାବା ଗୋଧନେଶ୍ଵରଙ୍କ ଠାରେ ଜଳଲାଗି କରିଥିଲେ। ଜଟେସିଂହା ଗୋଧନେଶ୍ଵର ବୋଲବମ ସଂଘ ପକ୍ଷରୁ ମହାଦେବ ଙ୍କ ଠାରେ ମହା ଖିର ସାଇ ଅନୁଷ୍ଠିତ ହୋଇଥିଲା। ଏକ ଆଧ୍ୟାତ୍ମିକ ପରିବେଶରେ ଖିରକୁ ଗ୍ରାମରେ ଶୋଭାଯାତ୍ରା ବାହାରି ମନ୍ଦିର ନିକଟରେ ପହଞ୍ଚିଥିଲା। ବହୁ ଦୁରଦୁରାନ୍ତ ମହାଦେବଙ୍କ ଦୁର୍ଲଭ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହୋଇଥିବା ଦେଖିବାକୁ ମିଲିଥିଲା। ସମସ୍ତ ଭକ୍ତଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ହୋଇଥିଲା।ଶାନ୍ତି ଶୃଙ୍ଖଳାର ପାଇଁ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ମାନେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିବା ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସୁବଳୟା ପୋଲିସ ମୁତୟନ ହୋଇଥିଲେ। ସେହିପରି ବୀରମହାରାଜପୁର ବ୍ଲକର ଚମ୍ପାମାଲ ସ୍ଥିତ ଚମ୍ପେଶ୍ଵର ବାବା, ସୁନାରୀବେନୀ ସପ୍ନେଶ୍ଵର ବାବା,ସୁବଳୟା,ପିତାମହୁଲ, ପଚଉକା,କଲମପୁର,ଉଫୁଲା,ବ ର୍ଡାକଟା,ଗୈାଡଗାଡ ପ୍ରଭୁତି ଶୈବପୀଠ ଠାରେ ବହୁ ସଂଖ୍ୟକ ବୋଲବମ୍ ଭକ୍ତ ଜଳଲାଗି କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.