ପଦ୍ମପୁର,୦୪/୦୯(ପିପିଟି); ରାଜ୍ୟରେ ଯେଉଁ ମାନେ ଗୃହହୀନ ଅବସ୍ଥାରେ ଅଛନ୍ତି ସେମାନଙ୍କୁ ଥଇଥାନ କରିବାକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବ୍ଲକ ତଥା ବିଧାୟକ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତିା ଏପରିପେକ୍ଷୀ ରେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଧିନସ୍ଥ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୬ ଟି ପଞ୍ଚାୟତ ଯଥା ଟେମରୀ, ଲଖମରା, ବାଦିକଟା,ସରେଇକେଲା,ଚର୍ଦାପାଲି ଓ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତର ପ୍ରଥମ ସ୍ତର ରେ ୩୦ ଜଣ ଗୃହ ହିନ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ଏ ଶୁଭ ଦିବସରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ କୋଭିଡ-୧୯ ସମୟ ରେ ମାନ୍ୟବର ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ ଆଜି ଓଡିଶା କଣ ସାରା ଭାରତ ବର୍ଷ ଗର୍ବ ଅନୁଭବ କରୁଛି । ତେଣୁ ଆପଣ ମାନଙ୍କୁ ଅନୁରୋଧ କରୋନାକୁ ଆମେ ସମସ୍ତେ ସଚେତନ ହେଲେ କରୋନା ନିଶ୍ଚୟ ଦୂରରେ ରହିଥିବ ବୋଲି ମତବ୍ୟକ୍ତ କରିଥିଲେ । ପାଇକମାଲ ବି.ଡି.ଓ ସୁରେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ସମ୍ମାନୀତ ଅତିଥି ଭାବେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାପ ମହମ୍ମଦ ପାଇକମାଲ ବ୍କକ ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ଯୋଗ ଦେଇଥିଲେ । ସ୍ଥାନୀୟ ବିଧାୟକ, ବୁକୁରାମୁଣ୍ଡା ସରପଞ୍ଚ ଅଭିମନ୍ୟୁ ବରିହା ୩୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭୋଜରାଜ ଭୁଏ,ଦେବାଶିଷ ଲୁହା,ଆନନ୍ଦଲାଲ ନାଏକ,ମହେନ୍ଦ୍ର ବନଛୋର,ପଞ୍ଚାୟତ ସ୍ତରର ବିଧାୟକଙ୍କ ପ୍ରତିନିଧି କୁମୁଦ ବାଗ,ଖିତି ସାହୁ,କିର୍ତୀ ସାହୁ, ଅମରେଶ ଭୋଇ ,ନାରାୟଣ ବେହେରା,ଗିରିଧାରୀ ବରିହା, ସସ୍ମିତା ଯୋଶୀ ଏବଂ ଚର୍ଦାପାଲି ସରପଞ୍ଚ ଗିରିଶ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।