କୋଦଳା,୦୫/୦୯(ପିପିଟି); କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଶନିବାର ଦିନ ବେଗୁନିଆପଡା ବ୍ଲକରେ ଗୁରୁ ଦିବସରେ ଭତ୍ତା ବଣ୍ଟନ କରିଛନ୍ତି ।ପ୍ରଥମେ ବ୍ଲକରେ ପହଞ୍ଚି ଦିଶା ଦ୍ୱାରା ଆୟୋଜିତ ଭିଡ଼ିଓ କନଫରେନ୍ସ ରେ ଯୋଗ ଦେଇ ଏମଏନଆରଇଜିଏ, ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା ଓ ବିଦ୍ୟୁତ ବିଭାଗରେ ହେଉଥିବା ଯୋଜନାରେ ବିଧାୟିକାଙ୍କ ଗୁରୁତ୍ୱ ରହୁନଥିବ। ଦାବି କରିଥିଲେ ।ଏହା ପରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ମୋଟ ୨୨୫ ଜଣଙ୍କୁ ଭତ୍ତା ବଣ୍ଟନ କରିଛନ୍ତି। ସେଥିମଧ୍ୟରୁ ଦିବ୍ୟ।ଙ୍ଗ ଭତ୍ତା ୭୭ ଜଣ, ବାର୍ଦ୍ଧକ୍ୟ ଭତ୍ତା ୬୧ ଜଣ, ବିଧବା ଭତ୍ତା ୫୨, ଅସହାୟ ଭତ୍ତା ୭ ଜଣ ଓ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ୨୮ ଜଣଙ୍କୁ ପ୍ରଦାନ କରିଥିଲେ।ଏହି ସମୟରେ ବିଡ଼ିଓ ବେଦବର ପ୍ରଧାନ, ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ପ୍ରତିନିଧି ତ୍ରିନାଥ ଭୂୟାଁ , ନିରଂଜନ ବେହେରା, ସରପଞ୍ଚ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।