ଭଞ୍ଜନଗର,୧୮/୧୦(ପିପିଟି): ଭଞ୍ଜନଗର ଠାରୁ ବେଲଗୁଣ୍ଠା ରାସ୍ତାର ତନରଡ଼ା ଛକ ନିକଟରେ ସୋମବାର ସନ୍ଧ୍ୟା ୬ଟା ସମୟରେ କୌଣସି ଗାଡ଼ି ରାସ୍ତାରେ ଯାଉଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି। ସେହି ରାସ୍ତାରେ କିଛି ଲୋକ ଯାଉଥିବା ବେଳେ ଏହା ଦେଖି ଉକ୍ତ ବୃଦ୍ଧଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ପଠେଇଥିଲେ। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।ହେଲେ ମୃତ ବ୍ୟକ୍ତିଙ୍କର କୌଣସି ସଠିକ ପରିଚୟ ମିଳିପାରି ନାହିଁ। ତାଙ୍କର ବୟସ ଆନୁମାନିକ ୬୦ବର୍ଷ ହେବ ବୋଲି ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )