ମାଲକାନଗିରି,ତା:୦୧/୦୯(ପିପିଟି); ଗାଁ ସାଥି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ମାଲକାନଗିରି ଜିଲ୍ଲା ଶାଖା ତରଫରୁ ୪ ଦଫା ସମ୍ବଳିତ ଦାବି ପତ୍ର ଆଜି ମୁଖ୍ଯ ମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କ ମାଧ୍ଯମରେ ପ୍ରଦାନକରାଯାଇଛି । ୧୩ ବର୍ଷ ହେଲା ମରେଗା ଯୋଜନାରେ ଗାଁ ସଥିମାନେ କାର୍ଯ୍ଯରତ ଥିବା ବେଳେ ସେମାନଙ୍କ ଦାବିକୁ ସଂଘବଦ୍ଧ ଭାବେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଦାବି ଗୁଡିକ ହେଲା:୩ଟି ସରକାରୀ ଚିଠିକୁ ପ୍ରତ୍ଯାହାର ପାଇଁ ଦାବି । ରାଜ୍ଯ ପଞ୍ଚାୟତିରାଜ ଓ ପାନ୪ୟ ଜଳ ଯୋଗାଣ ବିଭାଗର ଚିଠି ନଂ:୧୨୧୪୦/୨୧.୦୭.୨୦୨୧,ସେହି ବିଭାଗର ଚିଠିନଂ: ୧୩୪୨୩/୧୭.୦୮.୨୦୨୧,ରାଜ୍ଯ ମିଶନ ଶକ୍ତି ବିଭାଗର ଚିଠି ନଂ:୩୫୨/୧୯.୦୮ ୨୦୨୧ ତୁରନ୍ତ ପ୍ରତ୍ଯାହାର ପାଇଁ ଦାବି । ମାସକୁ ସର୍ବନିମ୍ନ ୧୦ ଦିନର ନିଶ୍ଚିତ କାର୍ଯ୍ଯ । ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଚିଠି ନଂ:୯୪୦/୧୧.୦୧.୨୦୧୯ ଓ ଏହାର ଏକାଧିକ ଚିଠି ବିନିମୟ ଅନୁସାରେ ମାସକୁ ସର୍ବନିମ୍ନ ୧୦ ଦିନ ଓ ବର୍ଷକୁଅତି ବେଶିରେ ୧୦୦ ଦିନର ନିଶ୍ଚିତ କାର୍ଯ୍ଯ, ଉଚିତ ପ୍ରାପ୍ଯ ସହିତ ପ୍ରଦାନ ଲାଗି ସଙ୍ଘ ଦାବି କରିଛି । ଗାଁ ସାଥିମାନଙ୍କ ପାଇଁ ହୋଇଥିବା ପ୍ରଥମ ଚିଠି ନଂ:୪୩୨୪/୩୦.୦୧.୨୦୦୮ ର ୨ୟ ପୃଷ୍ଠାରେ ୨ୟ ପାରାଗ୍ରାଫରେ ରାଜ୍ଯ ପଞ୍ଚାୟତରାଜ ବିଭାଗର ସ୍ବୀକାରୋକ୍ତି ଅନୁସାରେ ଗ୍ରାମୀଣ ବିକାଶର ଅନ୍ଯାନ୍ଯ ଯୋଜନାରେ ଯଥାର୍ଥ ପ୍ରୋତ୍ସାହନ ସହିତ କାର୍ଯ୍ଯ ଦେଇ ମାସକୁ ସର୍ବନିମ୍ନ ୧୦ଟି ଅର୍ଦ୍ଧ କୁଶଳୀ ଶ୍ରମିକର ମଜୁରୀ ହାରରେ ପ୍ରାପ୍ଯ ପ୍ରଦାନ ଲାଗି ବ୍ଯବସ୍ଥା କରିବା ପାଇଁ ସଙ୍ଘ ଦାବି କରିଛି । ଗାଁ ସାଥିଙ୍କ ପାଇଁ ୨୦ ହଜାର ଉର୍ଦ୍ଧ୍ବ କୋଭିଡ ରାଶି ପ୍ରଦାନ ଲାଗି ଦାବି ।୨୦୨୦ ମାର୍ଚ୍ଚରେ ଆସିଲା କରୋନା ମହାମାରୀ ଏବଂ ଭାଙ୍ଗି ପଡିଲା ଆର୍ଥିକ ମେକୁଦଣ୍ଡ ,ଏଣୁ ଓଡିଶାର ସମସ୍ତ ଗାଁ ସାଥିମାନଙ୍କୁ ସର୍ବନିମ୍ନ ୨୦ ହଜାରରୁ ଅଧିକ କୋଭିଡ ସହାୟତା ପ୍ରଦାନ ଲାଗି ସଙ୍ଘ ଦାବି ଉପସ୍ଥାପନ କରିଛି । ରାଜ୍ଯର ସମସ୍ତ ଜବ୍ କାର୍ଡଧାରୀଙ୍କ ପାଇଁ ବର୍ଷକୁ ୧୦୦ ଦିନ ପରିବର୍ତ୍ତେ ୨୦୦ ଦିନର ନିଶ୍ଚିତ କାର୍ଯ୍ଯ ପ୍ରଦାନ ସହିତ ୨୧୫ ଟଙ୍କା ବଦଳରେ ୩୦୦ ଟଙ୍କା ଦୈନିକ ମଜୁରି କରିବାକୁ ସଙ୍ଘ ଦାବି କରିଛି । ଏହି ଦାବି ମାଲକାନଗିରି ଜିଲ୍ଲା ଗାଁ ସାଥି ସଙ୍ଘ ସଭାପତି ହରି ନାୟକ,ସଂପାଦକ କର୍ଣ୍ଣ ଦୁରିଆ , ଉପଦେଷ୍ଟା ଘେନୁ ମୁଦୁଲୁ, କୋକୁକୋଣ୍ଡା ବ୍ଲକ ଉପ-ସଭାପତି ଭୂପେଶ କର୍ମକାର ପ୍ରମୁଖ ପ୍ରଦାନ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post