ଗାଁ ପାଇଁ ଦୁଇ ଘଣ୍ଟା, ଇନାମ ବେଲପଡା ଯୁବକଙ୍କ ଅଭିନଵ ପ୍ରୟାସ ।

0 291

କୋଦଳା,୧୨/୦୭(ପିପିଟି); କୋଦଳା ଏନ୍ଏସି ୱାର୍ଡ ନମ୍ବର ୮ ସ୍ଥିତ ଇନାମ ବେଲପଡା, ଶ୍ରୀ ଲକ୍ଷ୍ମୀ ନୃସିଂହ ଗ୍ରାମ୍ୟ କମିଟି ଦ୍ୱାରା ଗୁଣ୍ଡିଚାଯାତ୍ରା ଠାରୁ ଗୁରୁ ପୁର୍ଣିମା ପର୍ଯ୍ୟନ୍ତ ଗାଁ ପାଇଁ ଦୁଇ ଘଣ୍ଟା କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ନିଷ୍ପତ୍ତି ଆଜି ଠାରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ପ୍ରଥମ ଦିନ ରେ ଗ୍ରାମ ର ସମାଧି ପଡିଆ ଛକ ଠାରୁ ଗାଁ ବନ୍ଧ ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱ ସଫା କାର୍ଯ୍ୟ ହୋଇଅଛି ଏବଂ ଆସନ୍ତା ଦିନ ମାନଙ୍କରେ ସ୍ମଶାନରାସ୍ତା, ବନ୍ଧ ଚତୃପାର୍ଶ୍ଵ, ମନ୍ଦିର ପରିସର, ଚତୁରା ଘାଇ ରାସ୍ତା ଓ ସ୍କୁଲ ପରିସର ସଫା କାର୍ଯ୍ୟ, ବୃକ୍ଷ ରୋପଣ, ମନ୍ଦିର ମରାମତି ଓ ଅନ୍ୟାନ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଲକ୍ଷ ରହିଛି ବୋଲି ଯୁବକ ସଙ୍ଘ କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ ସହିତ ଗ୍ରାମବାସୀ ମାନେ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.