ମାଲକାନଗିରି,ତା:୦୯/୦୯(ପିପିଟି); ଏକ କଦଳୀ ବୋଝେଇ ପିକଅପ୍ ଭ୍ୟାନ୍ ଭିତରେ ଅଭିନବ ଉପାୟରେ ଜଣେ ବ୍ଯକ୍ତି ଗଞ୍ଜେଇ ନେଉଥିବା ବିଶ୍ବସ୍ଥ ସୂତ୍ରରୁ ସୂଚନା ପାଇ ସ୍ଥାନୀୟ କୁଡୁମୁଲ ଗୁମ୍ମା ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଦଳବଳ ନେଇ ନନ୍ଦିନୀଗୁଡା ଠାରେ ପିଛା କରି ଗଡିକୁ ଅଟକାଇବା ସହ ତଦନ୍ତ କରିଥିଲେ । ତଦନ୍ତ ସମୟରେ ୩ କ୍ବିଣ୍ଟା ଗଞ୍ଜେଇଗାଡିରୁ ବାହାରି ଥିବା ବେଳେ ଆସାମୀ ଡ୍ରାଇଭରକୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଏମଭି -୩୮ ଗ୍ରାମର ଅମିତ ନମୋ ପିକ୍ ଅପ ଭ୍ଯାନ ନଂ ଓଡି ୩୦ ବି ୫୭୮୫ ଗିଡିରେ କଦଳୀ କାନ୍ଧି ଭର୍ତ୍ତି କରି ଭିତରେ ପଲିଥିନ ବସ୍ତାରେ ପ୍ରାୟ ୩ କ୍ବିଣ୍ଚାଲ ଗଞ୍ଜେଇ ଅଭିନବ ଉପାୟରେ ଚିତ୍ରକୋଣ୍ଡା ଅଞ୍ଚଳରୁ ଉମରକୋଟକୁ ବିକ୍ରି କରିବା ଉଦ୍ଦେଶ୍ଯରେ ନେଉଥିବା ବେଳେ କୁଡୁମୁଲ ଗୁମ୍ମା ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ସଗଳ ବଳେ ନନ୍ଦିନଗୁଡା ରାସ୍ତାରେ ପିଛା କରି ଗାଡିକୁ ଧରିଥିଲେ । ତଦନ୍ତ ବେଳେ କଦଳୀ ବୋଝେଇ ଗାଡିରୁ ପ୍ରାୟ ୩ କ୍ବିଣ୍ଚାଲ ଗଞ୍ଜେଇ ମିଳିଥିବା ବେଳେ ଗାଡି ଚାଳକ ଅମିତ ନମୋକୁ ଗିରଫ କରାଯାଇଛି । ତତ୍ ସହିତ ଗାଡିକୁ ଜବତ କରାଯାଇଥିବା ଜଣା ପଡିଛି । ଆସାମୀ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । (ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)