ମାଲକାନଗିରି,ତା:୨୧/୦୯(ପିପିଟି); ଆଜି ସକାଳେ ମାଲକାନଗିରି ଠାରୁ ଶିଖାପଲ୍ଲୀ ଅଭିମୁଖେ ଯାଉଥିବା ଏକ କାର ଏମ ଭି-୧୭ ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ନିକଟରେ ହୁତ୍ ହୁତ୍ ଜଳିବାର ପଥଚାରୀମାନେ ଦେଖିଥିଲେ । ଗାଡିଟି ଅଣ ଆୟତ ହୋଇ ଜଳିବା ଯୋଗୁଁ ମାଲକାନଗିରି ଅଗ୍ନି ଶମ ବିଭାଗକୁ ଫୋନ କରାଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିବା ବେଳେ କାରଟିରେ ପ୍ରବଳ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାରୁ ପ୍ରକାଶଯେ ଆଜି ସକାଳ ୯ଟା ୩୦ ମିନିଟରେ ଏକ କାର ଶିଖପଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଏମଭି-୧୭ ଗ୍ରାମ ନିକଟସ୍ଥ ଜାତୀୟ ରାଜ ପଥ କଡରେ ହୁତ୍ ହୁତ୍ ହୋଇ ଜଳିଥିଲା । ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ଏହି ଦୃଶ୍ଯ ଦେଖି ଅଟକି ଯାଇଥିବା ବେଳେ ଦେଖଣାହାରୀଙ୍କ ମଧ୍ଯରୁ କେହି ବ୍ଯକ୍ତି ମାଲକାନଗିରି ଅଗ୍ନିଶମ ବିଭାଗକୁ ସକାଳ ୧୦ଟା ସମୟରେ ଫୋନ ଦ୍ବାରା ସୂଚନା ଦେଇଥିଲେ ।ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିଥିଲା ବେଳେ ସେହି କାର ମଧ୍ଯରେ ବହୁମାତ୍ରାରେ ଗଞ୍ଜେଇ ଭର୍ତ୍ତି ରହିଥିବା ଜଣା ପଡିଛି । କାରଟିରେ ଗଞ୍ଜେଇ ଥିବାରୁ ଅଗ୍ନି କାଣ୍ଡ ଭିଷଣ ହୋଇଥିଲା ଏବୁ କାରଟି ସଂପୁର୍ଣ୍ଣ ଧ୍ବଂସ ହୋଇଯାଇଥିଲା । ତେବେ ଏହି ଗଞ୍ଜେଇ କାରଟି କେଉଁଠି କି ଯାଉଥିଲା,କାର ଚାଳକ କିଏ ଏବଂ ଗାଡିଟିର ମାଲିକ କିଏ ଏ ପର୍ଯ୍ଯନ୍ତ ମାଲକାନଗିରି ପୋଲିସକୁ ଠୋସ ପ୍ରମାଣ ମିଳି ନଥିବା ଜଣାପଡିଛି ।ତେବେ ପୋଲିସ ଏ ସଂପର୍କରେ ଅନୁସନ୍ଧାନ ଜାରି ରଖିଛି । ତେବେ ଅଗ୍ନିଶମ କର୍ମଚାରୀମାନେ ସୂଚନା ପାଇ ଘଟଣାସ୍ଥଳକୁ ତୁରନ୍ତ ସେମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସେମାନେ ହେଲେ ଏସକେ ବେହେରା,ରେନୁ ଦିଶାରୀ ଜେ ପଡାଳ,ଜି ଭତ୍ତ୍ରା,ଏସ ସାହୁ ଏବଂ ଡି ପାତ୍ର । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)