ଗଞ୍ଜାମ ଜିଲ୍ଲାରେ ଏଭଳି ଗ୍ରାମ ଅଛି ଯେଉଁଠି ଗ୍ରାମବାସୀ କରୋନା ମହାମାରୀ ସଂପର୍କରେ ଅବଗତ ନୁହଁନ୍ତି ।

0 1,671

ସାନଖେମୁଣ୍ଡି,୦୧/୦୯(ପିପିଟି); ସମ୍ପୂର୍ଣ୍ଣ ବିଶ୍ୱରେ କରୋନା ମହାମାରିର ରୂପ ନେଇଁ ଅନେକ ଜୀବନ ନେଇସାରିଲାଣି । କରୋନା ମହାମାରୀର କରାଳ ରୂପରେ ଆମ ଦେଶ ଭାରତ ମଧ୍ୟ କରୋନା ଦାଉରୁ ବର୍ତ୍ତି ପାରିନାହିଁ । କେନ୍ଦ୍ର ସରକାରଙ୍କ ଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କରୋନା ଦାଉରୁ କିଭଳି ଭାବେ ସାଧାରଣ ଜନତା ରକ୍ଷା ପାଇବେ ସେ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ନିୟମାବଳି ମାନ ପ୍ରୟୋଗ କରିଛନ୍ତି । ପ୍ରତ୍ୟେକ ସରକାରୀ କର୍ମଚାରୀ କରୋନା ରୋଗକୁ କିଭଳି ଭାବେ ନିୟନ୍ତ୍ରଣ କରାଯାଇପାରିବ ସେଥି ପ୍ରତି ଧ୍ୟାନ ଦେଇ ଗ୍ରାମ ଗ୍ରାମ ବୁଲି ଲୋକ ମାନଙ୍କୁ ଅବଗତ କରାଉଛନ୍ତି । ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି । ହେଲେ କିଛି ଏପରି ଗ୍ରାମ ଦେଖିବାକୁ ମିଳିଛି ସେମାନେ କରୋନା ବିଷୟରେ ଆଦୌ ଅବଗତ ନୁହନ୍ତି । ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଅନ୍ତର୍ଗତ ସଅଁଢେପ୍ ଗ୍ରାମ । ଚତୁର୍ଦିଗ ପାହାଡ଼ ପର୍ବତ ବଣ ଜଙ୍ଗଲ ରେ ଭରପୁର । ସେଇ ଗ୍ରାମର ଲୋକେ ଆଜି ପର୍ଯ୍ୟନ୍ତ କରୋନା ମହାମାରୀ କଣ ସେ ଉପରେ ଅବଗତ ନୁହନ୍ତି । ସାମାଜିକ ଦୂରତା,ମାସ୍କ ବ୍ୟବହାର,ସବୁନ୍ ରେ ହାତ ଧୋଇବା ଏଭଳି ବିଭିନ୍ନ ନିୟମ ଜିଲ୍ଲା ପ୍ରଶାସନ କରିଥିବା ବେଳେ ଗ୍ରାମର ଲୋକେ ଏହା ଜାଣିନାହାଁନ୍ତି । ସେମାନଙ୍କ ପାଖକୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯାଇନଥିବା ବେଳେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ମହୋଦୟ ମଧ୍ୟ ଗ୍ରାମରେ ପାଦ ଦେଇନାହାଁନ୍ତି । କରୋନା ସମୟରେ ନିରୀହ ଲୋକ ମାନେ କିଭଳି ଭାବେ ଜୀବନ ବିତାଉଛନ୍ତି ସେଥିପ୍ରତି ଅବଗତ ନୁହଁନ୍ତି ସ୍ଥାନୀୟ ପ୍ରଶାସନ । ଓଳିଏ ଖାଇଲେ ଓଳିଏ ଉପବାସ ରୁହନ୍ତି ଗ୍ରାମବାସୀ । ସରକାରଙ୍କ ବିଭିନ୍ନ ଯୋଜନା ଖାଲି ଯୋଜନାରେ ହିଁ ରହିଯାଉଛି । ଗ୍ରାମରେ ପିଇବାକୁ ପାଣି ମୁନ୍ଦିଏ ବି ମିଳୁନି ଗ୍ରାମ ବାସୀଙ୍କୁ । ଗାଧୋଇବାକୁ ବନ୍ଧ ଟିଏ ଥିଲେ ମଧ୍ୟ ସେଥିରେ ପାଣି ନଥିବା ଦେଖିବାକୁ ମିଳିଛି । ଗ୍ରାମ ବାସି କୁହନ୍ତି ବର୍ଷରେ ଥରେ କିମ୍ବା ଦୁଇଥର ସରପଞ୍ଚ ବାବୁ ଗ୍ରାମକୁ ବୁଲିବାକୁ ଆସନ୍ତି । ଏଭଳି ମହାମାରୀ ସମୟରେ ଜିଲ୍ଲା ପ୍ରଶାସନର ନଜରରେ ସମସ୍ତ ଗ୍ରାମ ଥିବାବେଳେ ଏହି ଗ୍ରାମ କିପରି ନଜରକୁ ଅସିଲାନୀ ସାଧାରଣଙ୍କ ମନରେ ଏହା ପ୍ରଶ୍ନ ବାଚି଼ ସୃଷ୍ଟି କରିଛି । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.