ଗଞ୍ଜାମ ଜିଲ୍ଲାପାଳଙ୍କ ସ୍ମାର୍ଟ କ୍ଲାସ ପରିଦର୍ଶନ ।

0 2,200

ସାନଖେମୁଣ୍ଡି,୦୨/୦୨(ପିପିଟି): ଗୌତମୀ ଗ୍ରାମରେ ଅବସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ସ୍ମାର୍ଟ କ୍ଲାସକୁ ଗଞ୍ଜାମ ଜିଲ୍ଲାପାଳ ପରିଦର୍ଶନ କରିଛନ୍ତି । ସ୍କୁଲ୍ ରେ ପାଠ ପଢା ସହ ସ୍କୁଲର ଉନ୍ନତି ମୂଳକ କାର୍ଯ୍ୟ ସବୁ ବୁଲି ଦେଖିଥିଲେ । କରୋନା ମହାମାରୀ ଯୋଗୁଁ ପିଲା ମାନଙ୍କ ପାଠ ପଢା କିପର ବ୍ୟାହତ ନ ହେବ ସେଥିପ୍ରତି ଓଡ଼ିଶା ସରକାର ଏବଂ ପ୍ରଶାସନ ପ୍ରସ୍ତୁତି କରିଛନ୍ତି ସ୍ମାର୍ଟ କ୍ଲାସ ବ୍ୟବସ୍ଥା । କୌଣସି ପିଲା ଯଦି ସଠିକ୍ ଭାବେ ପାଠ ବୁଝିପାରିଲା ନାହିଁ ତେବେ ଶିକ୍ଷକ ମାନେ ଘର ଘରକୁ ଯାଇ ପିଲା ମାନଙ୍କୁ କ୍ଲାସ ମଧ୍ୟ କରୁଛନ୍ତି । ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଜନ ସାଧାରଣ ମାନେ ଧନ୍ୟବାଦ୍ ଦେବା ସହ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶଂସାର ସୁଅ ଛୁଟିଛି । ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ସାନଖେମୁଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ , ଗୋଷ୍ଟି ଶିକ୍ଷାଧିକାରୀ, ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.