ବେଲଗୁଣ୍ଠା,୦୯/୧୦(ପିପିଟି):ସାଙ୍ଗ ମାନଙ୍କ ସହିତ ଖେଳୁଥିବା ବେଳେ ଅସାବଧାନତା ରୁ ଦୁଇ ଆଖି ହରାଇ ୧୨ ବର୍ଷର ପୁଅ ଘରେ ବସି ପଡିଛି । ଦିନ ମଜୁରିଆ ବାପା ନିଜ ସମ୍ବଳରେ ଚିକିତ୍ସା ଆରମ୍ଭ କରିଥିଲେ । ହେଲେ ଅଧିକ ଟଙ୍କା ଖର୍ଚ୍ଚ ଶୁଣି ସେମାନେ ଏବେ ଚିନ୍ତାରେ । ପିଲାର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନବାଚୀ । ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ ସରଣପଲ୍ଲୀରୁ ଆସିଛି ଏଭଳି ଖବର । ଏହି ଗାଁ ର ନାରାୟଣ ବେହେରା ସେ ସୁରାଟ ଯାଇ ଦାଦନ ଖଟିଲେ ଚଳୁଛି ତାଙ୍କ ପରିବାର । ଦୁଇ ଝିଅ , ପୁଅ ମନୋଜ ଓ ମା ବିଷ୍ଣୁଙ୍କୁ ନେଇ ତାଙ୍କ ପରିବାର । ଗୋଟିଏ ବୋଲି ପୁଅ ମନୋଜ ଉପରେ ଏବେ ପଡିଛି ଦୁଃଖ । ସପ୍ତମ ଶ୍ରେଣୀରେ ପଢୁଥିବା ଏହି ପୁଅ ଆଜି ଦୁଇ ଆଖି ହରାଇ ଅନ୍ଧ ହୋଇ ଘର କୋଣରେ ବସି ରହିଛି । ଅନ୍ୟ ଭାଇ ଭଉଣୀ ଓ ସାଙ୍ଗ ସାଥି ମାନେ ଖେଳ ବୁଲ କରୁଥିବା ବେଳେ ସେ ଏବେ ଘର ଭିତରେ ବସି କେବଳ ଲୁହ ଗଡାଉଛି । ଦୁଇ ଆଖି ସେ ହରାଇବସି ଥିବାରୁ ତାହା ପାଇଁଏବେ ସବୁବେଳେ କେବଳ ଅନ୍ଧାର ହିଁ ଅନ୍ଧାର । ସାଧାସିଧା ସୁଶାର ପିଲାଟି ହେଉଛି ମନୋଜ । ଗତ ବର୍ଷ ସେପ୍ଟେମ୍ବର ମାସ ରେ ସାଙ୍ଗ ସହିତ ଖେଳୁଥିବା ବେଳେ ଡାହାଣ ଆଖି ଟିରେ ଗୋଟିଏ ପିଲାର ମୁଣ୍ଡ ବାଜି ଆଖି ଡୋଳା ଟି ଖରାପ ହୋଇଯାଇଥିଲା । ହେଲେ ଅନ୍ୟ ଆଖିରେ ସେ ଦେଖି ପାରୁଥିଲା ସେଥିରେ ଯେନତେନ ପ୍ରକାରଣ ପାଠ ପଢିବା ସହ ଚଳପ୍ରଚଳ ହୋଇ ପାରୁଥିଲା । ହେଲେ ଗତ ବର୍ଷ ଅର୍ଥାତ ଠିକ ଏକ ବର୍ଷ ପରେ ଗତ ମାସ ଆଠ ତାରିଖ ଦିନ ପୁଣି ଜଣେ ପିଲାର କହୁଣୀଟି ବାମ ଆଖିରେ ବାଜିଯିବା ଫଳରେ ଏବେ ଏହାର ଡୋଳା ମଧ୍ୟ ଖରାପ ହୋଇ ପଡିଛି ଫଳରେ ଆଦୌ ଦେଖା ଯାଉନାହଁ । ବ୍ରହ୍ମପୁର ବଡ଼ ନେଡିକଲକୁ ନେଇ ପ୍ରାୟ ଆଠ ଦିନ ରହି । ଚିକିତ୍ସା କରି ଫେରିଛନ୍ତି । ହେଲେ କୋଣସି ପ୍ରଭାବ ନାହିଁ । ଅଧିକ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା ନଥିବା ବେଳେ ଏବେ ପୁଅକୁ ନେଇ ଘରେ ବସି କେବଳ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି । ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେଲେ ପିଲାର ଆଖି ଚିକିତ୍ସା ହୋଇପାରିବ ଶୁଣିବା ପରେ ବାପା ନାରାୟଣଙ୍କ ପାଦତଳୁ ମାଟି ଖସି ପଡିଛି । କୁଆଡୁ ଏତେ ଟଙ୍କା ଆଣିବେ ଚିନ୍ତାରେ ପରିବାର ପଡିଛନ୍ତି । ନାରାୟଣ ସୁରାଟ ରେ କାମ କରି ଯାହା ରୋଜଗାର କରିଥିଲେ ଏବେ ତାହା ସାରିଗଲାଣି ଆଉ ସମ୍ବଳ ନଥିବା ବେଳେ ଗୋଟିଏ ବୋଲି ପୁଅର ଏଭଳି ଅବସ୍ଥା ଦେଖି ଦୁଃଖରେ ଭାଙ୍ଗିପଡିଛନ୍ତି । ସରକାର କିମ୍ବା କୋଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇ ଥିଲେ ପିଲାର ଚିକିତ୍ସା ହୋଇ ପାରିଥାନ୍ତା । କିମ୍ବା ନୂତନ ଚକ୍ଷୁ ରୋପଣ କରାଇବାରେ ପ୍ରସାସନ ଏହି ଗରିବ ଅସହାୟଙ୍କ ଗୁହାରି ଶୁଣନ୍ତୁ ବୋଲି ସେ ନେହୁରା ହୋଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )