ବ୍ରହ୍ମପୁର,୧୬/୧୧(ପିପିଟି): ପରୀକ୍ଷା ମୂଳକ ଭାବେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ରୂପାନ୍ତରିକରଣ ହୋଇଥିଲା ୫୦ଟି ସ୍କୂଲ । ଓଡ଼ିଶାର ବହୁ ଉଚ୍ଚ ପଦ ପଦବୀ ପ୍ରଶାସନିକ ଅଧିକାରୀ ଓ ବିଧାୟକ ଉକ୍ତ ରୂପନ୍ତରିକରଣ ବିଦ୍ୟାଳୟ ଗୁଡିକୁ ଦେଖିବାକୁ ଆସିଥିଲେ ଏବଂ ଏହାକୁ ସେହି ସମୟରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ହିଞ୍ଜିଳି ବିଧାୟକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ।ଉକ୍ତ ଢାଞ୍ଚା ପ୍ରକାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସ୍କୂଲ ରୂପନ୍ତରିକରଣ ସହ ଲୋକାର୍ପିତ ଚାଲିଛି । ଏହି ପରିପେକ୍ଷୀରେ ହିଞ୍ଜିଳି ବ୍ଲକର ଆଉ ଦୁଇଟି ଉଚ୍ଚ ବିଦ୍ୟାଳୟ ତଥା ଖଣ୍ଡରା ଓ ଡ଼ି.ପାଟପୁର ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ରୂପନ୍ତରିକରଣ କରାଜିବା ସହ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ଉଦଘାଟନ କରାଯାଇଥିଲା । ଏହି ଲୋକାର୍ପିତରେ ଖଣ୍ଡରା ଏବଂ ଡ଼ି.ପାଟପୁର ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।