କ୍ୟାନ୍ସର ପୀଡ଼ିତଙ୍କୁ ଆର୍ଥିକ ସହାୟତା ଯୋଗଇ ଦେଲା ଜୟ ଜଗନ୍ନାଥ ଗ୍ରୁପ୍, ଓଡିଶା।

0 284

ବ୍ରହ୍ମପୁର ୧୮/୦୭ (ପିପିଟି):ସ୍ଥାନୀୟ  ଗଜପତିନଗର ୫ମ ଲାଇନର ସନ୍ତୋଷ ଦାଶ(୩୮) ଅଟୋ କିଣି ପରିବାର ଚଳାଉଥିଲେ । ସନ୍ତୋଷଙ୍କ ଗୋଟେ ଝିଅ( ୧୪) ଏବଂ ଦୁଇଟି ପୁଅ (୧୨) (୩)ବର୍ଷର । ବେଳଗୁଣ୍ଠାରୁ ଆସି ଦୀର୍ଘ ୨୦ବର୍ଷ ହେବ ଘର ଭଡାରେ ରହି ଅଟୋ ଚଳାଇ ପିଲାଙ୍କ ପାଠ ପଢା ବି ବୁଝନ୍ତି । ପିଲା ବେଳୁ ତମ୍ବାଖୁ, ଗୁଟୁକା ଖାଇ ଖାଇ ଆଜି ସେ ମୁଖ କର୍କଟ ରୋଗରେ ପୀଡିତ ଅଛନ୍ତି । ଚିକିତ୍ସା ଏବଂ ପରିବାର ପ୍ରତିପୋଷଣ ପାଇଁ ସେ ଏବେ ସର୍ବହରା ହୋଇ ପଡିଛନ୍ତି । ଗତ ଜାନୁଆରୀ ମାସରେ ଆରମ୍ଭ ହେଲା ଚିକିତ୍ସା ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ତାପରେ ଭୁବନେଶ୍ୱର ଏମ୍ସ୍ ହସ୍ପିଟାଲ ରେ ୩ଥର ଅପରେସନ ସରିଲା। ଯାହା ସେ ଚଳାଉ ଥିବା ଆଟୋ ବନ୍ଧା ପକାଇ ଦୁଇଟି ଅପରେସନ କରିଥିବା ବେଳେ । ଗତ ମାସରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ୫ହଜାର ଟଙ୍କା ଓ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଠାରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପାଇ ତୃତୀୟ ଅପରେସନ୍ କରିଥିଲେ। ସୋସିଆଲ୍ ମିଡିଆ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଠାରୁ ଖବର ପାଇ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ୍, ଓଡିଶାର ପ୍ରତିଷ୍ଠାତା ଶିବ ଶଙ୍କର ଦାଶଙ୍କୁ ୪ନଂ ଅପରେସନ୍ ପାଇଁ ଜଣାଇବା ପରେ ଆଜି ସଂଗଠନର ରାଜ୍ୟ ଉପସଭାପତି ଦୀପକ୍ ପାଣିଗ୍ରାହୀ , ବିଭୁ ପ୍ରସାଦ ଠାକୁର, ରଙ୍ଗରାଜ ପାଣିଗ୍ରାହୀ, ଘନଶ୍ୟାମ ସାହୁ, ସିଦ୍ଧେଶ୍ୱର ପାଣିଗ୍ରାହୀ, ବିନାୟକ ପ୍ରସାଦ ପୁରୋହିତ, ଏ.ସୀମାଦ୍ରୀ ପାତ୍ର, ରାକେଶ ପାତ୍ର, ଶିବ ଶଙ୍କର ପାଣିଗ୍ରାହୀ, ବିବେକ ମହାରଣା, ଅଜିତ୍ କୁମାର ବରଡା ପ୍ରମୁଖ ତାଙ୍କ ପାଖରେ ପହଂଚି ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରା ଯାଇଛି । ଆଗମୀ ଦିନରେ ତାଙ୍କ ଚିକିତ୍ସା ଓ ପିଲାଙ୍କ ପାଠପଢା ପାଇଁ କିଛି ବ୍ୟବସ୍ଥା କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.