କ୍ଷତ୍ରିୟବରପୁର ଡିଗ୍ରୀ କଲେଜ୍ ରେ ପଦାର୍ଥ ବିଜ୍ଞାନ ବିଭାଗର ପାଠଚକ୍ର ।

0 254

ବେଲଗୁଣ୍ଠା,୦୮/୧୨(ପିପିଟି): ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏଲ୍ଆଇ-ଏଫ୍ଆଇ ସମ୍ପର୍କରେ ଏକ ପାଠଚକ୍ର ଅନୁଷ୍ଠିତ ହେବା ସହିତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି । ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ.ଗିରିଧର ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ରାସାୟନ ବିଭାଗ ମୁଖ୍ୟ ଅଧ୍ୟାପକ ଡ .ରବିନାରାୟଣ ପାତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ପଦାର୍ଥ ବିଜ୍ଞାନ ବିଭାଗ କର୍ମକର୍ତ୍ତା ସଞ୍ଜୟ କୁମାର ପଣ୍ଡା ଏବଂ ଶ୍ରୀନୀବାସ ତ୍ରିପାଠି ଉପସ୍ଥିତ ଥିଲେ । ଏଲ୍ଆଇ-ଏଫ୍ଆଇ ସମ୍ପର୍କରେ ଛାତ୍ରୀ ସନ୍ଧ୍ୟାଲକ୍ଷ୍ମୀ ପ୍ରଧାନ ସନ୍ଦର୍ଭ ପାଠ କରିଥିଲେ ।ଏଲ୍ଆଇ-ଏଫ୍ଆଇ କିପରି ଇଣ୍ଟରନେଟ୍ ର ବିକଳ୍ପ ହୋଇପାରିବ,ଦେଶର ସୀମା ସୁରକ୍ଷା, ଦେଶର ଗୋପନୀୟତା ଓ କାର୍ଯ୍ୟାଳୟର ଗୋପନୀୟତା ବଜାୟ ରଖିପାରିବ ସେହି ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ଛାତ୍ରୀ ସୁନିତା ଦାଶ ବିଭାଗୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ଛାତ୍ରୀ ମଧୁସ୍ମିତା ତ୍ରିପାଠି ଧନ୍ୟବାଦ ଜ୍ଞାପନ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.