ବେଲଗୁଣ୍ଠା,୧୨/୦୧(ପିପିଟି):ଆଜି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସମବାୟ ସମିତିରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏମ୍ଆଇ ସୂର୍ଯ୍ୟ ନାରାୟଣ ପାଢୀ, ସମବାୟ ସମିତି ସମ୍ପାଦକ ହରପ୍ରସାଦ ବେହେରା, ଡାଟା ଏଣ୍ଟ୍ରି ଅପରେଟର୍ ସୁଶାନ୍ତ କୁମାର ସ୍ୱାଇଁ ଏବଂ କର୍ମଚାରୀ ଦିଲ୍ଲୀପ କୁମାର ଜେନାଙ୍କ ଉପସ୍ଥିତିରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଥିଲା । କାର୍ଯ୍ୟକ୍ରମରେ ଅଞ୍ଚଳର ଚାଷୀ ସୁବାଷ ଚନ୍ଦ୍ର ଗୌଡ଼ ଏବଂ ବିଷ୍ଣୁଧର ନାୟକ ମଧ୍ୟ ଉପସ୍ଥିତ ଥିଲେ । ଆଜି ପ୍ରଥମ ଦିନରେ ଚାଷୀଙ୍କ ଠାରୁ ୨୩.୬୨ କ୍ୱିଣ୍ଟାଲ୍ ଧାନ କିଣା ଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଠାରୁ ପର୍ଯ୍ୟାୟ କ୍ରମେ ଧାନ କିଣାଯିବ ବୋଲି ଏମ୍ଆଇ ଶ୍ରୀ ପାଢୀ ପ୍ରକାଶ କରିଛନ୍ତି I
(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)