କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ।

0 264

ବେଲଗୁଣ୍ଠା,୨୬/୧୦(ପିପିଟି): ଏହି ବ୍ଲକ ପ୍ରତାପୁର କ୍ଳଷ୍ଟର ପାଟରାପଲ୍ଲୀ ଗୋବିନ୍ଦ ଦାଶ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୁକ୍କାୟିତ କଳାକୁ ପରିପ୍ରକାଶ କରିବା ପାଇଁ ଏହି ଉଦ୍ୟମ କରାଯାଇଥିବା ଅତିଥି ମାନେ ଆଲୋଚନା କରିଥିଲେ । କରୋନା ପାଇଁ ଗତ ତିନି ବର୍ଷ ହେଲା ଏସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିନଥିଲା । ଦୀର୍ଘଦିନ ପରେ ପୁଣି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଖୁବ ଆଗ୍ରହର ସହ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା କୃତି ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ସଭାରେ ପୁରସ୍କୃତ କରାଯାଇଛି । ପ୍ରଧାନ ଶିକ୍ଷକ ରମାକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରତାପୁର ପଞ୍ଚାୟତ ସରପଞ୍ଚ ପ୍ରଭାତୀ ନାୟକ, ମୁଖ୍ୟ ବକ୍ତା ବ୍ଲକ ଆତ୍ମା ଅଧ୍ୟକ୍ଷ ଶୁସାନ୍ତ କୁମାର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଧନଞ୍ଜୟ ପଟ୍ଟନାୟକ, ସିଆରସିସି ଆଖିଳକାନ୍ତ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଅରୁଣ ପଟ୍ଟନାୟକ, ଜୀବିତ ନାଇକ, ପ୍ରମୁଖ ଉପସ୍ଥିତ ଥିଲେ । ସହକାରୀ ଶିକ୍ଷକ ଶୁଭେନ୍ଦୁ କୁମାର ଗୌଡ଼ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.