ପୋଲସରା ୦୧/୧୦(ପିପିଟି) : ପୋଲସରା ବ୍ଲକ ଅନ୍ତର୍ଗତ ବଡ଼ ପଙ୍କଳବାଡି ବିଦ୍ୟାଳୟ ପରିସରରେ ଆଜି ବଡ଼ ପଙ୍କଳବାଡି କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ୧୧ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ବଡ ପଙ୍କଳବାଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ନାହାକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଭାରତୀ ବେହେରା, ସଭାପତି ଏସ୍ ତେଜଶ୍ବିନି ଦୋରା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଉତ୍ତମ ଶିକ୍ଷା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବଡ ପଙ୍କଳବାଡି କ୍ଳଷ୍ଟର ସିଆରସିସି ଜିତେନ୍ଦ୍ର କୁମାର ପାଢୀ,ଚଣ୍ଡିରାମ ଚନ୍ଦ୍ର ଉଗ୍ରେସ୍ବର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅବନୀକାନ୍ତ ପଟନାୟକ,ଚିରିକିପଡା ଶାସନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୁଲୁ ବେହେରା,ବଳରାମ ଗୌଡ଼ ଯୋଗଦେଇ ଥିଲେ। ବିଭିନ୍ନ ପ୍ରତିଯୋଗୀତାରେ
୧୧ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ପରି ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ସହକାରୀ ଶିକ୍ଷକ ସୁରେନ୍ଦ୍ର କୁମାର ପ୍ରଧାନ, ସସ୍ମିତା ବେହେରା,ଜଳଦବାଳା ମିଶ୍ର, ତପସ୍ଵିନୀ ଦାସ, ଏମ୍ ଓମଶ୍ରୀ, କୈଳାଶ ଚନ୍ଦ୍ରଗୌଡ଼, ସନ୍ତୋଷ କୁମାର ଗୌଡ଼, ଅଜିତ କୁମାର ଜେନା, ଏସ୍ ଏମ୍ ସି କମିଟି ସଦସ୍ୟ ଓ ଅଭିଭାବକ ସମେତ ୧୧ ଗୋଟି ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା