ବ୍ରହ୍ମପୁର ,୨୮/୦୭(ପିପିଟି); ଆଜି ଗଞ୍ଜାମ ବାର୍ ପରିସରରେ ଏସଡିଜେଏମ କୋର୍ଟ ସମ୍ମୁଖରେ ଶ୍ରୀ ହନୁମାନଙ୍କ ବିଗ୍ରହ ସ୍ଥାପନ ପାଇଁ ଭୂମି ପୂଜା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ସଂଘ ସିନିୟର୍ ମେମ୍ବର ଶିଶିର ପାଢ଼ୀ ଭୂମିପୂଜା କରିଥିଲେ। ଏଥିରେ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ଉପ ସଭାପତି ଭାଗୀ ରାଓ, ସମ୍ପାଦକ ପ୍ରଦୀପ ବେହେରା, ସହ ସମ୍ପାଦକ ସୁଧୀର କୁମାର ପାତ୍ରଙ୍କ ସମେତ ବହୁ ଓକିଲ ଉପସ୍ଥିତ ଥିଲେ।