ଯାଜପୁର, ତା ୧୮/୦୯(ପିପିଟି); ପେଟ୍ରୋଲ ପମ୍ପ ଗୁଡିକରେ କୋଭିଡ ନିୟମର ଉଲଙ୍ଘନ ଆଶଙ୍କାରେ ଜିଲ୍ଳାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଯାଜପୁର ତହସିଲଦାର ସୁଶାନ୍ତ କୁମାର ପତିଙ୍କୁ ଧରପଗଡ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସହର ମଧ୍ୟରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକ ଉପରେ ତହସିଲଦାର ଶ୍ରୀ ପତି ଓ ତାଙ୍କ ଟିମ୍ ଧରପଗଡ ସମୟରେ ଅନେକ ସ୍ଥାନରେ ମାର୍ଗ ଦର୍ଶିକାର ଉଲଙ୍ଘନ ଦେଖିବାକୁ ପାଇଥିଲେ । ପେଟ୍ରୋଲ, ଡିଜେଲ ବିତରଣ କରୁଥିବା କର୍ମଚାରୀମାନେ, ଗ୍ରାହକମାନେ ମାସ୍କ ବ୍ୟବହାର କରୁ ନଥିବାରୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେହିପରି ତୈଳ ନେବାବେଳେ ସାମାଜିକ ଦୂରତା ବଜାୟ ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ନିୟମିତ ଭାବେ ପରିସରକୁ ସାନିଟାଇଜ କରିବା ଓ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଏହି ଧରପଗଡରେ ହରଗୌରୀ, ଶାନ୍ତି ଓ ଆନ୍ ଫିଲିଂ ଷ୍ଟେସନରୁ ପନ୍ଦର ହଜାର ଟଙ୍କାର ଜରିମାନା ଆଦାୟ କରାଯିବା ସହ ଭବିଷ୍ୟତରେ ନ ସୁଧୁରିଲେ ବା କୋଭିଡ ନିୟମ ଉଲଙ୍ଘନ କଲେ ଆଇନ ଅନୁସାରେ ଫିଲିଂ ଷ୍ଟେସନକୁ ବନ୍ଦ କରି ଦିଆଯିବ ବୋଲି ଜିଲ୍ଳାପାଳ ସତର୍କ କରାଇ ଦେଇଚ୍ଥନ୍ତି । ଅପର ପକ୍ଷରେ ଅନ୍ୟ ସ୍ଥାନରେ ଥିବ ଫିଲିଂ ଷ୍ଟେସନ ଗୁଡିକୁ ମଧ୍ୟ ନିୟମିତ ଧରପଗଡ କରିବାକୁ ନିର୍ଦ୍ଦେଶ ଦିଆଯାଇଚ୍ଥି ।