କୋଦଳା,୧୧/୧୧(ପିପିଟି):ଆମ ପୋଲିସ ସମିତି କୋଦଳା ଆନୁକୂଲ୍ୟରେ କୋଦଳା ତହସିଲ ପଡିଆ ଠାରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଥାନା ଅଧିକାରୀ ଉମାକାନ୍ତ ସାହୁ ଦ୍ୱାରା ଉଦଘାଟିତ ହୋଇଯାଇଛି !ଚାରି ଗୋଟି ଟିମକୁ ନେଇ ଏହି ପ୍ରେମିୟର ଲିଗ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ।ପୋଲିସ ଟିମ ସହିତ ଜି ୟାଇ ଏମ ଶିକ୍ସ, ସାଇକୃପା ଡିଜେ ଓ ବାବା ଶ୍ରୀ ଦଣ୍ଡିଶ୍ୱର ଏଥିରେ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମ ମେଚ ଟି ପୋଲିସ ଟିମ ସହିତ ବାବା ଶ୍ରୀ ଦାଣ୍ଡିଶ୍ୱର ମଧ୍ୟରେ ଆରମ୍ଭ ହୋଇଛି । ଉଭୟ ଦଳକୁ ଥାନା ଅଧିକାରୀ କରମର୍ଦ୍ଦନ କରି ଉତ୍ସାହିତ କରିଥିଲେ । ଆସନ୍ତା କାଲି ଉଦଯାପନୀ ଦିବସରେ ବିଧାୟିକା ଲତିକା ପ୍ରଧାନ ସମେତ ଛତ୍ରପୁର ଆରକ୍ଷୀ ଅଧିକ୍ଷୀକ ବ୍ରିଜେଶ କୁମାର ରାୟ ଓ ପୁରୁଷୋତ୍ତମପୁର ଏସ୍ଡ଼ିପିଓ, ତହସିଲଦାର, ବିଡ଼ିଓ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )