କୋଦଳା ଠାରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ।

0 335

କୋଦଳା,୨୬/୧୨(ପିପିଟି); ଡିସେମ୍ବର ୨୬ ତାରିଖ ଶନିବାର ୨୪ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ଦୀର୍ଘ ୨୦ ବର୍ଷ ଧରି ଓଡ଼ିଶାରେ କ୍ଷମତାରେ ଥିବା ଏହି ଆଞ୍ଚଳିକ ଦଳର ପ୍ରତିଷ୍ଠା ଦିବସ ରାଜ୍ୟ ଓ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇ ପାଳନ କରାଯାଉଛି । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ଗାଁ କୁ କାମ ଓ ମା କୁ ସମ୍ମାନ ସହିତ ସମୃଦ୍ଧ ଓଡ଼ିଶା ଗଠନ ନେଇ ବିଜେଡି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିତ୍ର ଦେଖାଇଛନ୍ତି, ତାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ପ୍ରତିଷ୍ଠା ଦିବସରେ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହାକୁ ନେଇ କୋଦଳା ଏନ୍ଏସି ଅନ୍ତର୍ଗତ ରାଜସ୍ୱ ଡାକବଙ୍ଗଳା ଠାରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ବରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଜେଡି ର ବରିଷ୍ଠ ନାରୀନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷ୍ୟା ଶ୍ରୀମୟୀ ମିଶ୍ର ଯୋଗଦେଇଥିଲେ । ଦିବା ୧୧ଘଂଟିକା ସମୟ ରେ ଓଟିଡିସି ଅଧ୍ୟକ୍ଷ୍ୟା ପହଂଚିବା ପରେ ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ କୋଦଳା ବିଜେ ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରୁ ପୂଜାର୍ଚନା ସାରି ଏକ ବିରାଟ ମୋଟର ସାଇକଲ ପଟୁଆର ରେ ବିଜେଡି କର୍ମୀ ବସଷ୍ଟାଣ୍ଡ ଦେଇ ଡାକ ବଙ୍ଗଳା ପଡିଆ ସଭାସ୍ଥଳ ନିକଟ ରେ ପହଂଚିଥିଲେ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡ଼ା ବ୍ଳକ, କୋଦଳା ଏନ୍ଏସି, କବିସୂର୍ଯ୍ୟନଗର ବ୍ଲକ ଓ ଏନ୍ଏସି ରୁ ବହୁ ବିଜେଡି ନେତା, ଲୋକ ପ୍ରତିନିଧି ସାମିଲ ହୋଇଥିଲେ ।ମଂଚାସୀନ ଅତିଥି ମାନଙ୍କ ମଧ୍ୟରୁ ଶ୍ରୀମୟୀ ମିଶ୍ର ଏହା ଏକ ସଭାନୁହଁ ଜଣସମୁଦ୍ର ବୋଲି ଉଦ୍‌ବୋଧନ ଦେବା ସହିତ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପ୍ରଚେଷ୍ଟା ରେ ଆଜି ମହିଳା ମାନେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି ବୋଲି କହିଥିଲେ । ୨୦ ବର୍ଷ ପୂର୍ବରୁ ନାରୀ ବିହୀନ ବୈଠକ ହେଉଥିବା ବେଳେ ବର୍ତ୍ତମାନ ନାରୀ ବହୁଳ ବୈଠକ ଦେଖିବାକୁ ମିଳୁଛି । ଏସଏଚଜି ସଙ୍ଘ ଗଠନ ପରଠୁ ମହିଳା ମାନେ ସ୍ୱାବଲମ୍ବି ହୋଇପାରିଛନ୍ତି ।ବିଧାୟିକାଙ୍କ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଅହରହ ଉଦ୍ୟମକୁ ପ୍ରସଂଶା କରିଥିଲେ । ବିଧାୟିକା ଲତିକା ପ୍ରଧାନ ଜନସାଧାରଣଙ୍କୁ ଉଦବୋଧନ ଦେଇ ସମସ୍ତ ଶ୍ରେୟ ନବୀନ ବାବୁଙ୍କର ବୋଲି କହିବା ସହିତ ଏହା ଏକ ଦଳ ନୁହଁ ପରିବାର ବୋଲି କହିଥିଲେ । ଏତେ ସଂଖ୍ୟକ ଜନସମାଗାମ ଦେଖି ବିଧାୟିକା ଖୁସିବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବେଗୁନିଆପଡା ବ୍ଲକ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ମଞ୍ଚ ପରିଚାଳନା କରି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ୍ୟା ରାଜଲକ୍ଷ୍ମୀ ଦୋରା, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ୍ୟ ସନ୍ତୋଷ କୁମାର ପାଢ଼ୀ, ଉଭୟ ବ୍ଲକର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ମହିଳା ସଭାନେତ୍ରୀ,ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ୨୪ ବର୍ଷର ସଫଳତା ବିଷୟ ରେ କର୍ମୀମାନଙ୍କୁ ବୁଝାଇ ଥିଲେ !

Leave A Reply

Your email address will not be published.