କୋଦଳା ଏନ୍ଏସି ର ପ୍ରତ୍ୟକ ୱାର୍ଡରେ ରାସନ ସାମଗ୍ରୀ ଯୋଗାଣ ଦାବିରେ ଶତାଧିକ ମହିଳାଙ୍କ ମେଳି ।

0 277

କୋଦଳା,୦୧/୧୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ରାସନ ସାମଗ୍ରୀ ଯୋଗାଣକୁ ନେଇ ଦେଖାଦେଇଛି ଗମ୍ଭୀର ପରିସ୍ଥିତି । ମଙ୍ଗଳବାର ଦିବା ଏଗାର ଘଣ୍ଟା ସମୟରୁ ଶତାଧିକ ମହିଳା ଓ ପୁରୁଷ ଖାଉଟି କାର୍ଡ ହିତାଧିକାରୀ ଏନ୍ଏସି କାର୍ଯ୍ୟାଳୟ ଘେରାଉ କରି ନିଜ ନିଜ ୱାର୍ଡରେ ରାସନ ସାମାନ ଯୋଗାଇବାକୁ ନେଇ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉ କି କୋଦଳା ଏନ୍ଏସି ର ସମ୍ପୂର୍ଣ ୧୩ ଗୋଟି ୱାର୍ଡକୁ ରାସନ ସାମଗ୍ରୀ ଯୋଗାଣ ମାତ୍ର ଦୁଇଜଣ ଡିଲରଙ୍କ ଦ୍ୱାରା ବଣ୍ଟନ କରାଯାଉଛି । ଏହି ଦୁଇ ଡିଲର ମାନଙ୍କ ନାମରେ ହିତାଧିକାରୀ ବିଭିନ୍ନ ଅନିୟମିତତା କାରଣ ଦର୍ଶାଇ ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଧାୟିକା ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିବା ଜଣାପଡିଛି । ଅଭିଯୋଗ ଫଳରେ ନିକଟ ଅତୀତ ରେ ଜଣଙ୍କର ଡିଲର ସିପ କଟିଯାଇଛି । ଡିଲର କଟିଯିବା ନିଶ୍ଚିତ ଜାଣିବା ପରେ ଉକ୍ତ ଡିଲର କିଛି ଦଲାଲଙ୍କୁ ଲଗାଇ ଖାଲି କାଗଜରେ ହିତାଧିକାରୀଙ୍କ ଠାରୁ ଦସ୍ତଖତ ସଂଗ୍ରହ କରୁଥିବା ବେଳେ, ଲୋକେ ଅଟକାଇ ପୋଲିସକୁ ହସ୍ତାନ୍ତର କରିଥିଲେ । ଅନ୍ୟ ଡିଲର ଟି ଗାଁ ଶେଷରେ ରାସନ ସାମଗ୍ରୀ ବଣ୍ଟନ କରୁଥିବାରୁ ଅନେକ ୱାର୍ଡ ରାସନ କେନ୍ଦ୍ର ଠାରୁ ବହୁ ଦୂରରେ ରହିଛି ଯାହା ଫଳରେ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ନେବାରେ ଅନେକ ଅସୁବିଧା ହେଉଛି । ଏହାକୁ ନେଇ ମଙ୍ଗଳବାର ଦିନ ୫୦୦ ରୁ ଉର୍ଦ୍ଧ୍ବ ମହିଳା ନୂତନ ଡିଲର ନିଯୁକ୍ତି ପର୍ଯ୍ୟନ୍ତ କୋଦଳା ମଧ୍ୟ ଭାଗରେ ରେ ଥିବା ଏନ୍ଏସି କଲ୍ୟାଣ ମଣ୍ଡପ ରେ ରାସନ ସାମଗ୍ରୀ ବଣ୍ଟନ କରିବା ସହିତ ପରେ ଅନ୍ୟ ଦୁର୍ନୀତି ଯୁକ୍ତ ଡିଲରକୁ ମଧ୍ୟ ବିତାଡିତ କରି ପ୍ରତି ୱାର୍ଡ ରେ ମହିଳା ସଙ୍ଘ ଦ୍ୱାରା ରାସନ ସାମଗ୍ରୀ ବଣ୍ଟନ କରିବା ପାଇଁ ଦାବି କରି ଶତାଧିକ ମହିଳା ଓ ପୁରୁଷଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏନ୍ଏସି ସହାୟକ ଯନ୍ତ୍ରୀ ସୁଧାକର ଦାଶଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ରକୁ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯିବ ଏବଂ ନିର୍ବାହୀ ଅଧିକାରୀ ହିଁ ଏହାର ନିଷ୍ପତ୍ତି ନେବେ ବୋଲି ସହାୟକ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉ କି ସୋମବାର ଦିନ ଡିଲର ନିକଟ ସାହିରେ ଥିବା କିଛି ହିତାଧିକାରୀ ଡିଲର ର ଲାଇସେନ୍ସ କଟିଯାଇଥିବାରୁ ଉକ୍ତ ଡିଲରଙ୍କୁ ପୁନଃ ନିଯୁକ୍ତି ଦେବାପାଇଁ ଦାବି କରିଥିବା ବେଳେ, ମଙ୍ଗଳବାର ଯାହା ହୋଇଛି ଠିକ ହୋଇଛି, “ଦରକାର ନାହିଁ ଜାଲି ଡିଲର ଆମକୁ ଦିଅ ନୁଆଁ ଡିଲର “ବୋଲି ସ୍ଲୋଗାନ ଦେଇଥିଲେ । ଏହାକୁ ନେଇ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସଶ୍ମିତା ଶତପଥୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ, ହିତାଧିକାରୀଙ୍କୁ ଦାବିକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.