କୋଟେଲିଗୁଡା ଗ୍ରାମରେ ରାସ୍ତା ନିର୍ମାଣ ପ୍ରହସନ ।

0 140

ମାଲକାନଗିରି,୨୩/୧୧(ପିପିଟି): ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମ ପଞ୍ଚାୟତର ନୂତନ କୋଟେଲିଗୁଡା ଗ୍ରାମରେ ମାଲକାନଗିରି ବ୍ଲକ ଅଧିନରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ଗ୍ରାମରେ ନୂତନ ରାସ୍ତା ନିର୍ମାଣ ନିମନ୍ତେ ଏମ.ଜି.ଏନ.ଆର.ଇ.ଜି.ଏ ମଧ୍ୟମରେ ୯ ଲକ୍ଷ ୫୦ ହଜାର ଟଙ୍କା ଅଟକଳ କରାଯାଇଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ୧୫ ସି ଏଫ ସି ମାଧ୍ୟମରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ବାବଦରେ ଏଠାରେ ନୂତନ ରାସ୍ତା ନିର୍ମାଣ ସହ ତିନୋଟି କଲଭର୍ଟ ନିର୍ମାଣର ବ୍ୟବସ୍ଥ୍ୟା ରହିଛି । ତେବେ ଏହି ରାସ୍ତା କାର୍ଯ୍ୟ ଠିକ ଭାବରେ କରାଯାଇ ନ ଥିବା ବେଳେ ଅନିୟମିତ ହୋଇ ଥିବା ଅଭିଯୋଗ ହୋଇଛି । ଗ୍ରାମ ବାସୀଙ୍କ କହିବା ଅନୁସାରେ ରାସ୍ତା ନିର୍ମାଣ ସମୟରେ ରାସ୍ତାର ଅତି ନିକଟର ଦୁଇ ପାର୍ଶ୍ବରୁ ମାଟି ଖୋଳି ରାସ୍ତା ଉପରେ ପକା ଯାଇଛି । ଫଳରେ ରାସ୍ତାର ଓସାର କମି ଯାଇଛି । ଏହା ବ୍ଯତୀତ ଦୁଇଟି କଲଭର୍ଟ ମାଟି ସମତଳ ଠାରୁ ଉଚ୍ଚତାରେ ନିର୍ମାଣ କରାଯାଇଛି । ମୁଖ୍ୟ ରାସ୍ତା କଡରେ ଏହି ଦୁଇଟି କଲଭର୍ଟ ଦେଇ ଡ୍ରେନ ପଣି ନିଷ୍କାସନ ହେବା ନିମନ୍ତେ ନିର୍ମାଣ କରା ଯାଇଛି । କିନ୍ତୁ ସମ୍ପୃକ୍ତ ଠିକାଦାର ଏହି କଲଭର୍ଟ ମାଟି ସମତଳ ଠାରୁ ଏକ ଫୁଟ ଉଚ୍ଚତାରେ ନିର୍ମାଣ କରିବା ଫଳରେ ଏହି ଦୁଇ କଲଭର୍ଟ ଦେଇ ଡ୍ରେନ ପଣି ନିଷ୍କାସନ ହୋଇ ପାରିବ ନାହିଁ । ଡ୍ରେନ ପାଣି ଗ୍ରାମ ମଧ୍ୟକୁ ପ୍ରବେଶ କରିବ ବୋଲି ଏରା ସୋଡି ,ସମରା ପଡିଆମୀ ,ଆଶିଷ ସୋଡିଙ୍କ ସହ ଅନ୍ୟାନ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଆମେ ଜିଲ୍ଲା ପ୍ରାଶନର ନିର୍ଦ୍ଦେଶ ଅନୁସାରେ ପୁରୁଣା ଗ୍ରାମ ଛାଡି ନୂତନ ଗ୍ରାମକୁ ଆସିଛୁ । ଆମ ଗ୍ରାମର ଉନ୍ନତି କରଣ କରିବା ଆଳରେ ଏଠାରେ ଠିକାଦାର ସନ୍ତୁଷ୍ଟି କରଣ କାର୍ଯ୍ୟ ଚାଲିଛି । ଆମେ ଅଭିଯୋଗ କଲେ ମଧ୍ୟ ଆମ କଥା କେହି ଶୁଣୁ ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ଗ୍ରାମ ପଞ୍ଚାଯତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏ ସମନ୍ଧେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଖିଲ ବାନାର୍ଜୀଙ୍କୁ ପଚାରିବାରୁ ଗ୍ରାମ ବାସୀଙ୍କ ଅଭିଯୋଗ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯାଇଥିବା ପ୍ରକାଶ କରିଛନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନହିଁ । ତେବେ ଏହି କାର୍ଯ୍ୟ କରାଉଥିବା କନିଷ୍ଠ ଯନ୍ତ୍ରି ସରୋଜ ସାମନ୍ତରାୟଙ୍କୁ ପଚାରିବାରୁ ସେ ବର୍ତ୍ତମାନ ଏହି ଗ୍ରାମ ପଞ୍ଚାୟତ ଦାୟିତ୍ବରେ ନଥିବା ସେ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଏହି ଗ୍ରାମ ପଞ୍ଚାୟତର କିଛି ଉନ୍ନୟନ କାର୍ଯ୍ୟ ସମନ୍ଧେ ଅଭିଯୋଗ ହୋଇଛି । କିନ୍ତୁ ମାଲକାନଗିରି ବ୍ଲକ ପ୍ରଶାସନ କେବେ କେବେ ଅଭିଯୋଗ ଆଧାରରେ ତଦନ୍ତ କରିଥିଲେ ମଧ୍ୟ ଚତୁରତାର ସହ ବିଭାଗୀୟ କାର୍ଯ୍ଯକୁ ଘଣ୍ଟ ଘୋଡାଇ ଅକ୍ଷୁର୍ଣ ରଖିବା ନିମନ୍ତେ ପୂର୍ଣ ପ୍ରୟାସ କରୁଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ନିମନ୍ତେ ଗ୍ରାମବାସୀ ଏରା ସୋଡି ଦାବି କରିଛନ୍ତି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.