କୋଦଳା,୦୪/୦୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡା ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇ ଯାଇଥିବା ଜଣାଅଡ଼ିଛି । ସୂଚନା ଅନୁଯାଇ କେ. ବରିଡା ବଡ଼ସାହି ସ୍ଥିତ ଅଜିତ ପ୍ରଧାନଙ୍କ କିରାଣୀ ଏବଂ ଭେରାଇଟି ଷ୍ଟୋର ରେ ଆଜି ଅପରାହ୍ନ ୧.୩୦ ମିନିଟ୍ ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବ୍ୟାପକ ପରିମାଣର କିରାଣୀ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ଗାଁ ଲୋକ ସମେତ କୋଦଳା ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ମିଳିତ ଭାବେ ନିଆଁକୁ ଆୟତ କରିଥିବା ବେଳେ ରାଜସ୍ଵ ନିରୀକ୍ଷକ ମଧ୍ଯ ଆସି ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ସହ ଆଲୋଚନା କରି ଫେରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)