କେନ୍ଦ୍ରୀୟ ବିଦ୍ୟାଳୟ ଆସିକା; ଅଭିଭାବକଙ୍କ ସାଧାରଣ ସମ୍ମିଳନୀ ।

0 287

ଆସିକା, ତା ୨୩/୧୦. କେନ୍ଦ୍ରୀୟ ବିଦ୍ୟାଳୟ ଆସିକା ଅଭିଭାବକଙ୍କ ସାଧାରଣ ସମ୍ମିଳନୀ ଆସିକା ଖମ୍ବେଶ୍ୱରୀ ମନ୍ଦିର କଲ୍ୟାଣ ମନ୍ଦପରେ ବିଶ୍ବେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ୪ ଜଣ ଉପଦେଷ୍ଟା ମଣ୍ଡଳୀ ଏବଂ ୨୧ ଜଣ କମିଟି ସଦସ୍ୟ ଚୟନ କରାଯାଇଛି। ଅଭିଭାବକଙ୍କ ମଧ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ସନ୍ତୋଷ କୁମାର ସେଠୀ, ଅରୁଣ କୁମାର ସେଠୀ, ବିଶ୍ଵନାଥ ସେଠୀ, ଶଙ୍କର, ଶ୍ୟାମସୁନ୍ଦର ପାଢ଼ୀ ଆଦିଙ୍କ ନିରନ୍ତର ପ୍ରୟାସରେ ଆଜିର ଅଭିଭାବକଙ୍କ ସାଧାରଣ ସମ୍ମିଳନୀ ସଫଳ ହୋଇପାରିଛି। ଏହି ସଭାରେ ଅଭିଭାବକ ଅଶ୍ବିନୀ କୁମାର ସ୍ବାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ, କେନ୍ଦ୍ରୀୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଆଶୁତୋଷ ଲେଙ୍କାକ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ବିଶ୍ବନାଥ ସେଠୀ ସ୍ବାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ । ଅଭିଭାବକ ଶଙ୍କର ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ। ନାରାୟଣ ମୁନି ଆଇନଜୀବୀ, ସନ୍ତୋଷ କୁମାର ସେଠୀ, ଶଙ୍କର, ଅରୁଣ କୁମାର ସେଠୀ, ଶ୍ୟାମସୁନ୍ଦର ପାଢ଼ୀ, ବିଶ୍ଵନାଥ ସେଠୀ, ପ୍ରଶାନ୍ତ କୁମାର ପଣ୍ଡା, ସ୍ୱାଗତିକା ଦାଶ, ପୂର୍ବତନ କମିଟିର ସମ୍ପାଦକ ଆଇନଜୀବୀ ରବିନ୍ଦ୍ର ପାତ୍ର, ନାରାୟଣ ଜେନା ଆଇନଜୀବୀ, ସାମ୍ବାଦିକ ଅନିଲ୍ ପାଣିଗ୍ରାହୀ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଭବିଷ୍ୟତକୁ ସୁଦୃଢ କରିବା ପାଇଁ ସ୍ଥାୟୀ ପ୍ରିନସିପାଳ, ସ୍ଥାୟୀ ଶିକ୍ଷକ, ପରୀକ୍ଷା କେନ୍ଦ୍ର, ଏକାଦଶ ଆଡମିଶନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଦାବି ଉପସ୍ଥାପନ କରିଥିଲେ। ଏହି ସଭାରେ ୪ ଜଣ ଉପଦେଷ୍ଟା ମଣ୍ଡଳୀ ରବିନ୍ଦ୍ର କୁମାର ପାତ୍ର ଆଇନଜୀବୀ, ନାରାୟଣ ଜେନା ଆଇନଜୀବୀ, ସନ୍ତୋଷ କୁମାର ପାଣିଗ୍ରାହୀ ଆଇନଜୀବୀ, ନାରାୟଣ ବେହେରା ଆଇନଜୀବୀ ଏବଂ ୨୧ ଜଣ କମିଟି ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା। ସେମାନଙ୍କ ମଧ୍ୟରେ କେ ଶ୍ୟାମଳା ରାଓ, ଶିବାନୀ ରଞ୍ଜନ ମହାପାତ୍ର, ସ୍ୱାଗତିକା ଦାଶ, ସୁଦେଷ୍ଟା ପଟ୍ଟନାୟକ, ଆରତୀ ପାଢ଼ୀ, ପ୍ରଣତି କୁମାରୀ ପାଠି, ସ୍ମୃତି ରେଖା ମହାନ୍ତି, ଅଶ୍ବିନୀ କୁମାର ସ୍ବାଇଁ, ନାରାୟଣ ମୁନି, ରାମକୃଷ୍ଣ ସେଠୀ, ପ୍ରଶାନ୍ତ କର, ସନ୍ତୋଷ କୁମାର ସେଠୀ, ଅରୁଣ କୁମାର ସେଠୀ, ବିଶ୍ଵନାଥ ସେଠୀ, ବିଶ୍ବେଶ୍ବର ପ୍ରଧାନ, ଶଙ୍କର, ପୂର୍ଣ୍ଣଚନ୍ଦ୍ର ବରାଡ, ଜିତେନ୍ଦ୍ର କୁମାର ଜେନା, ଶ୍ୟାମସୁନ୍ଦର ପାଢ଼ୀ, ବିନୋଦ ଚନ୍ଦ୍ର ଦୋରା, ମିହିର କାନ୍ତ ସାହୁ ଆଦି ନିର୍ବାଚିତ ହୋଇଥିଲେ। ଶେଷରେ ଅରୁଣ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.