କେନ୍ଦୁପତ୍ର ମୁଖ୍ୟ ବନ ସଂରକ୍ଷକଙ୍କ ମାଲକାନଗିରି ଗସ୍ତ ।

0 268

ମାଲକାନଗିରି,୨୬/୧୨(ପିପିଟି): କେନ୍ଦୁପତ୍ର ମୁଖ୍ୟ ବନ ସଂରକ୍ଷକ ପି.କେ ମହାପାତ୍ର ଦୁଇ ଦିନି ପାଇଁ ମାଲକାନଗିରି ଜିଲ୍ଲା ଗସ୍ତ କରି କେନ୍ଦୁପତ୍ର ବିଭାଗର ଉନ୍ନୟନ କାର୍ଯ୍ୟ ଓ ତୋଳାଳୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସମୀକ୍ଷା କରିଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି କେନ୍ଦୁପତ୍ର ରେଞ୍ଜ ଅଫିସ ଠାରେ ମୁଖ୍ୟ ବନ ସଂରକ୍ଷକ କେନ୍ଦୁପତ୍ର ବଲାଙ୍ଗୀର ପ୍ରଦୀପ୍ତ କୁମାର ମହାପାତ୍ର, ଜୟପୁର ବନଖଣ୍ଡ ଅଧିକାରୀ,ପ୍ରଫୁଲ୍ଲ କୁମାର ମଣ୍ଡଳ, ମାଥିଲି ରେଞ୍ଜର ପ୍ରଶାନ୍ତ କୁମାର ପଣ୍ଡା, ମାଥିଲି ସରପଞ୍ଚ କାନାମ ରାଜୁ ନାୟକଙ୍କ ଦ୍ୱାରା ମାଥିଲି ରେଞ୍ଜର ବିଗତ ୨୦୦୦ ମସିହାରେ ୧୮ଜଣ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ କାଳୀନ ସହାୟତା ରାଶି ଏକ ଲକ୍ଷ ଲେଖାଏଁ ୨୦୨୧ରେ ମୃତ୍ୟୁ କାଳୀନ ସହାୟତା ରାଶି ୨ ଲକ୍ଷ ଟଙ୍କା ଲେଖାଏଁ ମୃତକଙ୍କ ପରିବାରଙ୍କୁ ଚେକ ମାଧ୍ୟମରେ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ପଦ୍ମାନ ମାଝୀ, ପ୍ରଶାନ୍ତ ଗଣ୍ଡ, ଜଗଦୀଶ ନାୟକ, ମଞ୍ଜୁଳା ନାୟକ, ଅଭିମନ୍ୟୁ ମାଝୀଙ୍କ ସହ ସମସ୍ତ କେନ୍ଦୁପତ୍ର ବିଭାଗ କର୍ମଚାରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । କେନ୍ଦୁପତ୍ର ସିସିଏଫ ଶ୍ରୀ ମହାପାତ୍ର ଏହାପରେ ଏମଭି-୭୯ କେନ୍ଦୁପତ୍ର ରେଞ୍ଜ ଅଞ୍ଚଳ ଗସ୍ତ କରି ଫେରିଯାଇଥିବା ଜଣାପଡିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.