କୃଷି ବଞ୍ଚାଅ ଓ ଗଣତନ୍ତ୍ର ବଞ୍ଚାଅ” ଦାବିରେ ପ୍ରତିବାଦ।

0 269

ବୋଲଗଡ଼,୨୬/୦୬(ପିପିଟି); ୪୬ତମ ଜରୁରୀକାଳୀନ ଦିବସ ଓ ଦିଲ୍ଲୀ କୃଷକ ଆନ୍ଦୋଳନର ୭ମାସ ପୂର୍ତ୍ତି ଜୁନ ୨୬ ପରିପ୍ରେକ୍ଷୀରେ ଆଜି ଓଡିଶା କୃଷକ ସଭା ,ସିଆଇଟିୟୁ ଓ କ୍ଷେତ ମଜଦୁର ୟୁନିଅନ ତରଫରୁ ରଣପୁର ପାର୍ଟି ଅଫିସ ସମ୍ମୁଖରେ ପ୍ରତିବାଦ ସଂଗଠିତ ହୋଇ ଯାଇଛି। ତିନୋଟି କଳା କୃଷି ଆଇନ ତୁରନ୍ତ ପ୍ରତ୍ୟାହାର,୧୯୫୫ ମସିହା ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଲାଗୁ କରିବା,୨୦୨୦ ଜନ ବିରୋଧୀ ବିଦୁତ ଆଇନ ବାତିଲ,ଦରଦାମ ବୃଦ୍ଧି ନିୟନ୍ତ୍ରଣ, ସହ କରନା ଲାକଡାଉନ ପାଇଁ ପ୍ରତି ଗରିବ ପରିବାରକୁ ମାସକୁ ମୁଣ୍ଡ ପିଛା ୧୦କେଜି ଚାଉଳ, ଆୟ କର ଦେଉ ନ ଥିବା ପରିବାରକୁ ମାସକୁ ୭୫୦୦ଟଙ୍କା ତୁରନ୍ତ ଯୋଗାଇ ଦେବା ପାଇଁ ଆନ୍ଦୋଳନ ତରଫରୁ ଦାବୀ କରିଥିଲେ। ୧୯୭୫ ମସିହା ଏହି ଦିବସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଘୋଷିତ ଜରୁରୀକାଳୀନ ପରସ୍ଥିତି ଯେମିତି ସାଧାରଣ ଜନତାଙ୍କ ଗଣତନ୍ତ୍ର ଅଧିକାର ଛଡେଇ ନେବା ସହ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରିଥିଲା ଆଜି କରନା ର ଆତଙ୍କ ଦେଖାଇ କେନ୍ଦ୍ର ବିଜେପି ମୋଦୀ ସରକାର ଅଘୋଷିତ ଜରୁରୀ ପରସ୍ଥିତି ଜାରି କରି ତାର ଏକ ଛତ୍ରବାଦୀ ନୀତି ଜରିଆରେ ପୁଞ୍ଜିପତି ସପକ୍ଷ ବାଦୀ କରସିନୀତି ଓ ଶ୍ରମିକ ମାରଣା ଶ୍ରମ ନୀତି ଗ୍ରହଣ କରିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରବା ସହ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରଥିଲେ। ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର,ଶ୍ରମିକ ନେତା ସୁରେଶ ସ୍ବାଇଁ, କ୍ଷେତ ମଯଦୁର ନେତା ନିତ୍ୟାନନ୍ଦ ପରିଡା,ଯୁବନେତା ସବ୍ୟସାଚି ସେନାପତି ସମେତ ଭିକାରୀ ଚରଣ ସାହୁ,ସୁଶୀଲ ମହାନ୍ତି,ଗଦାଧର ପ୍ରଧାନ,ସଂଯୁକ୍ତା ସେଠୀ, ସୁକାନ୍ତି ଜେନା,ରଜତ ଜେନା,କୁଳମଣି ପଲେଇ, ପ୍ରଶାନ୍ତ ସାମନ୍ତସିଂହାର ଓ ବିପ୍ଳବ ମିଶ୍ର ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.